ଆନ୍ଧ୍ରପ୍ରଦେଶ: ରାମନବମୀ ପୂଜା ବେଳେ ଜଳିଗଲା ବେଣୁଗୋପାଳ ମନ୍ଦିର, ଶର୍ଟ ସର୍କିଟ୍‌ରୁ ଭୟଙ୍କର ଅଗ୍ନିକାଣ୍ଡ

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ରାମନବମୀ ପୂଜାବେଳେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ବେଣୁଗୋପାଳ ମନ୍ଦିର ପରିସରରେ ରାମନବମୀ ପାଇଁ ତିଆରି ହୋଇଥିବା ପେଣ୍ଡାଲ ଜଳି ଛାରଖାର ହୋଇଯାଇଛି।

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ରାମନବମୀ ପୂଜାବେଳେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ବେଣୁଗୋପାଳ ମନ୍ଦିର ପରିସରରେ ରାମନବମୀ ପାଇଁ ତିଆରି ହୋଇଥିବା ପେଣ୍ଡାଲ ଜଳି ଛାରଖାର ହୋଇଯାଇଛି।

ଶର୍ଟ ସର୍କିଟ୍‌ ଯୋଗୁ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଯଦିଓ ସମୟ ପୂର୍ବରୁ ପରିସରରେ ଥିବା ଶ୍ରଦ୍ଧାଳୁମାନଙ୍କୁ ଉଦ୍ଧାର କରି ନିଆଯାଇଛି। ତେବେ ଏଥିରେ କେହି ଆହତ ହୋଇଥିବା ନେଇ ସୂଚନା ମିଳିନାହିଁ।

ସେପଟେ ନିଆଁ ଲାଗିଥିବା ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ଏବଂ ପୋଲିସର ଅନେକ ଗାଡ଼ି ପହଞ୍ଚିଛି। ମନ୍ଦିର ଆଖାପାଖ ଅଞ୍ଚଳରେ ଲୋକଙ୍କ ଯିବାଆସିବା ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚାଲିଛି।

ସେହିପରି ଇନ୍ଦୋରରେ ମଧ୍ୟ ରାମ ନବମୀରେ ବଡ ଅଘଟଣ ଘଟିଛି। ସ୍ନେହାଗର ନିକଟସ୍ଥ ପଟେଲ ନଗରସ୍ଥିତ ଶ୍ରୀ ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିରରେ ଛାତ ଭୁଶୁଡିବା ଯୋଗୁ ୨୫ରୁ ଅଧିକ ଲୋକ ଫସିଥିବା ସୂଚନା ମିଳିଛି। ଛାତ ଖସିପଡିବାରୁ ମନ୍ଦିର ପରିସରରେ ଥିବା କୂଅରେ ଖସି ପଡିଥିଲେ ଲୋକେ। ୫୦ ଫୁଟ କୁଅରେ ଫସିଛନ୍ତି ଲୋକେ। ଲୋକଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି। ପୋଲିସ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ସୁଦ୍ଧା ୭ ଜଣଙ୍କୁ ଉଦ୍ଧାର କରାଯାଇଛି।