Below header

ଜମ୍ମୁକଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଲାଗି ରହିଛି ଉତ୍ତେଜନା : ବକ୍ରିଦ୍‌ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଗଳି କନ୍ଦିରେ ଯବାନ ମୁତୟନ

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଲାଗି ରହିଛି ଉତ୍ତେଜନା । ଏହା ଭିତରେ ଆଜି ପାଳିତ ହେଉଛି ବକ୍ରିଦ୍‌ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କଶ୍ମୀରର ଗଳି କନ୍ଦିରେ ଯବାନ ମୁତୟନ ହୋଇଛନ୍ତି । ସବୁଠି ପଇଁତରା ମାରୁଛି ପୋଲିସ । ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଅପରପକ୍ଷେ କଶ୍ମୀରରେ ୭ ଜଣ ଆତଙ୍କବାଦୀ ପ୍ରବେଶ କରିଥିବା ଗୁଇନ୍ଦା ସୂଚନା ମିଳିଛି । ଆଜି ବକ୍ରିଦ୍‌ରେ ଏମାନେ ବଡ଼ ଧରଣର ଆକ୍ରମଣ କରିବା ନେଇ ଷଡଯନ୍ତ୍ର କରୁଥିବା ଜଣାପଡ଼ିଛି । ଏଥିପାଇଁ ସୁରକ୍ଷା ବନ୍ଦୋବସ୍ତକୁ ଅଧିକ କରାଯାଇଛି । ମସଜିଦ୍‌ରେ ନମାଜ ପାଠ ପାଇଁ ଅନୁମତି ଦିଆଯାଇଥିବା ବେଳେ ଘାଟିରେ ଥିବା ମସ୍‌ଜିଦ୍‌ରେ ଅଧିକ ଲୋକ ଏକାଠି ହେବା ପାଇଁ ବାରଣ କରାଯାଇଛି । ଲଦାଖରେ ମଧ୍ୟ ଇଦ୍‌ ପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି । କାରିଗିଲରେ ସ୍ଥିତି ସାମାନ୍ୟ ରହିଛି । ହେଲେ ଇଣ୍ଟରନେଟ୍‌ ସେବା ଏବେ ବି ବନ୍ଦ ରହିଛି । ଘାଟିରେ ଗତ ସପ୍ତାହେ ହେବ ୧୪୪ ଧାରା ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.