ପୁଣି ଟଳିଲା ବଡ ରେଳ ଦୁର୍ଘଟଣା, ମୁମ୍ବାଇ ଯାଉଥିବା ହୋଲି ସ୍ପେଶାଲ ଟ୍ରେନରେ ନିଆଁ, ଯାତ୍ରୀ ସୁରକ୍ଷିତ

ପାଟନାରୁ ମୁମ୍ବାଇ ଯାଉଥିବା ହୋଲି ସ୍ପେଶାଲ ଟ୍ରେନରେ ଭୟଙ୍କର ନିଆଁ । ଟ୍ରେନ ନଂ ୦୧୪୧୦ ଦାନାପୁର-ଲୋକମାନ୍ୟ ତିଳକ ସ୍ପେଶାଲ ଏକ୍ସପ୍ରେସ ଟ୍ରେନର ଏସି କୋଚରେ ସୋମବାର ରାତିରେ ନିଆଁ ଲାଗିଯାଇଥିଲା । ତେବେ ଯାତ୍ରୀ କମ୍ ଥିବାରୁ କେହି ମୃତାହତ ହୋଇନଥିବା ଖବର ମିଳିଛି ।

ବିହାର ରାଜଧାନୀ ପାଟନାରୁ ମୁମ୍ବାଇ ଯାଉଥିବା ହୋଲି ସ୍ପେଶାଲ ଟ୍ରେନରେ ଭୟଙ୍କର ନିଆଁ । ଟ୍ରେନ ନଂ ୦୧୪୧୦ ଦାନାପୁର-ଲୋକମାନ୍ୟ ତିଳକ ସ୍ପେଶାଲ ଏକ୍ସପ୍ରେସ ଟ୍ରେନର ଏସି କୋଚରେ ସୋମବାର ରାତିରେ ନିଆଁ ଲାଗିଯାଇଥିଲା । ତେବେ ଯାତ୍ରୀ କମ୍ ଥିବାରୁ କେହି ମୃତାହତ ହୋଇନଥିବା ଖବର ମିଳିଛି ।

ଖବର ପାଇ ରେଳବାଇ ଅଧିକାରୀ ତୁରନ୍ତ ଅଗ୍ନିଶମ ବାହିନୀକୁ ଡକାଇଥିଲେ ଏବଂ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ସୂଚନା ଅନୁସାରେ ଏସି ବଗିରେ ସର୍ଟସର୍କିଟ୍ ଯୋଗୁଁ ଟ୍ରେନରେ ନିଆଁ ଲାଗି ଯାଇଥିଲା । ବିହାର ଆରା ଷ୍ଟେସନରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ଏହି ରୁଟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଲୱେ ପକ୍ଷରୁ ଦାନାପୁର, ଆରା ଏବଂ ବକ୍ସର ପାଇଁ ହେଲପଲାଇନ ଜାରି କରାଯାଇଛି ।

ଦାନାପୁର ହେଲପଲାଇନ ନମ୍ବର- ୦୬୧୧୫୨୩୨୪୦୧
ଆରା ହେଲ୍ପ ଲାଇନ୍ ନମ୍ବର- ୯୩୪୧୫୦୫୯୮୧
ବକ୍ସର ହେଲ୍ପଲାଇନ୍ ନମ୍ବର- ୯୩୪୧୫୦୫୯୭୨

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.