ଅଯୋଧ୍ୟା ରାମ ମନ୍ଦିର ପରିସରରେ ଗୁଳି ବିନିମୟ, ଆହତ ହେଲେ PAC ଯବାନ

ମଙ୍ଗଳବାର ଦିନ ରାମ ଜନ୍ମଭୂମି ପରିସରରେ ଡିୟୁଟି କରୁଥିବା ସମୟରେ ଜଣେ PAC ଯବାନଙ୍କୁ ସନ୍ଦେହଜନକ ଅବସ୍ଥାରେ ଗୁଳି କରାଯାଇଛି । ତେବେ ଛାତିରେ ଗୁଳି ବାଜିବାରୁ ଏହି ସୈନିକଙ୍କୁ ଚିକିତ୍ସା ପାଇଁ ଲକ୍ଷ୍ନୌର ଟ୍ରମା କେନ୍ଦ୍ରକୁ ପଠାଯାଇଛି ।

ଗତ କାଲି ଅଯୋଧ୍ୟା ରାମ ମନ୍ଦିର ପରିସରରେ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ଦିନ ରାମ ଜନ୍ମଭୂମି ପରିସରରେ ଡିୟୁଟି କରୁଥିବା ସମୟରେ ଜଣେ PAC ଯବାନଙ୍କୁ ସନ୍ଦେହଜନକ ଅବସ୍ଥାରେ ଗୁଳି କରାଯାଇଛି । ତେବେ ଛାତିରେ ଗୁଳି ବାଜିବାରୁ ଏହି ସୈନିକଙ୍କୁ ଚିକିତ୍ସା ପାଇଁ ଲକ୍ଷ୍ନୌର ଟ୍ରମା କେନ୍ଦ୍ରକୁ ପଠାଯାଇଛି ।

ଏହି ଘଟଣାର ସୂଚନା ପାଇବା ମାତ୍ରେ ଆଇଜି ଅଯୋଧ୍ୟା ରେଞ୍ଜ ପ୍ରବୀଣ କୁମାର ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ପୀଡିତଙ୍କୁ ଅନ୍ୟ କେହି ଗୁଳି ଚଳାଇଛନ୍ତି ନା ତାଙ୍କ ବନ୍ଧୁକ ଦ୍ୱାରା ତାଙ୍କୁ ଗୁଳି ଲାଗିଛି ଏହା ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଛନ୍ତି । ଏହି ଘଟଣା ସମୟରେ ସେ ରାମ ଜନ୍ମଭୂମି ପରିସରରେ ଡିୟୁଟିରେ ଥିଲେ । ବର୍ତ୍ତମାନ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

୫୩ ବର୍ଷୀୟ ରାମ ପ୍ରସାଦ ମନ୍ଦିର ପରିସରରେ ଡିୟୁଟି କରୁଥିଲେ, କିନ୍ତୁ ହଠାତ୍ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ଗୁଳି ଲାଗିବା ଯୋଗୁ ସେ ଆହତ ହୋଇଛନ୍ତି । ଯାହାପରେ ରାମ ମନ୍ଦିର ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ତେବେ ସେହି ସମୟରେ ତାଙ୍କ ସହକର୍ମୀମାନେ ତାଙ୍କୁ ତୁରନ୍ତ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ, ଯେଉଁଠାରୁ ତାଙ୍କୁ ଲକ୍ଷ୍ନୌକୁ ରେଫର୍ କରାଯାଇଥିଲା । ଏହା ପରେ ସେହି ଅଞ୍ଚଳରେ ନିୟୋଜିତ ଅନ୍ୟ ପୋଲିସ କର୍ମଚାରୀଙ୍କୁ ପୋଲିସ ପଚରାଉଚରା କରୁଛି ।

ତେବେ ରାମ ପ୍ରସାଦ ଆମେଠିର ବାସିନ୍ଦା ଏବଂ ତାଙ୍କ ପରିବାର ଲକ୍ଷ୍ନୌରେ ରୁହନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ଅଛି ଏବଂ ସେ ଚିକିତ୍ସିତ ହେଉଛନ୍ତି । ଏହା ସହ ଏହି ଘଟଣାର ତଦନ୍ତ ଚାଲିଛି, କିନ୍ତୁ ଏହାର କାରଣ ସାମ୍ନାକୁ ଆସିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.