ମାଗଣାରେ ବିମାନ ଯାତ୍ରା, ହଂକଙ୍ଗ ଦେଉଛି ୬ ଲକ୍ଷ ମାଗଣା ଫ୍ଲାଇଟ୍‌ ଟିକେଟ୍‌

ନୂଆଦିଲ୍ଲୀ : ଯଦି କେହି ଆପଣଙ୍କୁ ହଠାତ୍‌ ମାଗଣା ଟିକେଟ ଦେଇଦିଏ । ଆପଣଙ୍କ ଖୁସିର ସୀମା ରହିବ ନାହିଁ । କେଉଁଠିକୁ ଯିବେ ବୋଲି ଆପଣ ହୁଏତ ପ୍ରୋଗ୍ରାମ କରିଦେବେ । ଏବେ ହଂକଙ୍ଗ୍‌ ସରକାର ଏମିତି କିଛି ଅଫର ବିଷୟରେ ଘୋଷଣା କରିଛନ୍ତି । ସରକାର ପ୍ରାୟ ୬ ଲକ୍ଷ ଫ୍ଲାଇଟ ଟିକେଟ ମାଗଣାରେ ଦେବାକୁ ଘୋଷଣା କରିଛନ୍ତି । ଦେଶରେ ପର୍ଯ୍ୟଟନର ବିକାଶ ପାଇଁ ସାରା ବିଶ୍ୱରେ ହକଂଙ୍ଗ ସରକାର ପ୍ରାୟ ୬,୦୦୦୦୦୦ ଫ୍ଲାଇଟ ଟିକେଟ ବାଣ୍ଟିବ ।

ହକଂଙ୍ଗ ନେତା ଜନ ଲି ଏହି ଅବସରରେ ‘ହେଲୋ ହକଂଙ୍ଗ’ ପ୍ରଚାର ଲଞ୍ଚ କରିବେ । ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ବ୍ଲୁମବର୍ଗ ପ୍ରକାଶ କରିଛି । ଯାତ୍ରୀମାନଙ୍କୁ ନିଜ ଦେଶର ପର୍ଯ୍ୟଟନ ସ୍ଥଳୀକୁ ଆକୃଷ୍ଟ କରିବା ସହ ଅର୍ଥନୈତିକ ହବ୍‌ ବୃଦ୍ଧି କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ସାରା ବିଶ୍ୱରେ କୋଭିଡ ସଂକ୍ରମଣ ଯୋଗୁ ମାନ୍ଦା ଅବସ୍ଥା ଜାରି ରହିଥିବା ବେଳେ ହଂକଙ୍ଗ ମଧ୍ୟ ଏଥିରୁ ବାଦ ପଡିନାହିଁ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିଲେ ଦେଶର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଘଟିବା ସହ ଦେଶର ଅର୍ଥନୈତିକ ବୃଦ୍ଧି ଘଟିବ ବୋଲି ଲି ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.