ପୁଣି ସାମ୍ନାକୁ ଆସିଲା ଅନର କିଲିଂ ଘଟଣା : ଯୁବକଙ୍କ ସହ ଭିଡିଓ ଭାଇରଲ ହେବା ପରେ ଦୁଇ ଝିଅଙ୍କୁ ହତ୍ୟା

ଜଣେ ଯୁବକଙ୍କ ସହ ଭିଡିଓ ଭାଇରାଲ ହେବାପରେ ଦୁଇଜଣ ଯୁବତୀଙ୍କୁ ହତ୍ୟା କରାଯାଇଛି। ପାକିସ୍ତାନର ଖୈବର ପଖ୍ତୁନଖୱା ଅଞ୍ଚଳର କବାଇଲୀରେ ଏହି ଅନର କିଲିଂ ମାମଲା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଦୁଇ ଯୁବତୀଙ୍କ ବୟସ ୧୬ ବର୍ଷ ଏବଂ ଅନ୍ୟଏକ ଝିଅର ବୟସ ୧୮ ବର୍ଷ ବୋଲି ଦର୍ଶାଯାଇଛି |

kill

ଭିଡିଓରେ ଯୁବକ ଜଣକ ଏକ ନିଛାଟିଆ ଅଞ୍ଚଳରେ ତିନି ଝିଅଙ୍କ ସହ ନିଜର ଏକ ଭିଡିଓ କରୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଉତ୍ତର ୱାଜିରିସ୍ତାନ ଜିଲ୍ଲାର ଶ୍ୟାମ ପ୍ଲେନ ଗ୍ୟାରିମ ଗ୍ରାମରୁ ଆସିଛି। ପୋଲିସର କହିବା ମୁତାବକ, ୫୨ ସେକେଣ୍ଡର ମୋବାଇଲ୍ ଭିଡିଓ କ୍ଲିପ୍ରେ ଦେଖାଯାଇଥିବା ତିନି ଝିଅଙ୍କ ମଧ୍ୟରୁ ଦୁଇଜଣଙ୍କୁ ସେମାନଙ୍କ ଘରଲୋକ ହତ୍ୟା କରିଛନ୍ତି।

ଯୁବକ ଏବଂ ତୃତୀୟ ଝିଅ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣା ପଡିନାହିଁ। ପୋଲିସର ସୂଚନାନୁସାରେ, ଭିଡିଓଟି ପ୍ରାୟ ଏକ ବର୍ଷ ପୁରୁଣା ଏବଂ ଏହା କିଛି ଦିନ ପୂର୍ବରୁ ଭାଇରାଲ ହୋଇଥିଲା। ଝିଅମାନଙ୍କ ମୃତଦେହକୁ ନେଉଥିବାବେଳେ ସ୍ଥାନୀୟ ଲୋକ ଏଥିରେ ସନ୍ଦେହ କରିଥିଲେ, ଏହା ପରେ ପୋଲିସକୁ ସୂଚନା ଦିଆଯାଇଥିଲା। ଏବେ ଘଟଣାର ତଦନ୍ତ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.