ଦେଶରେ ୯୬ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ତାଲିକାରେ ଆଗରେ ରହିଛି ମହାରାଷ୍ଟ୍ର

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ବଢ଼ି ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍‌ । ଏପର୍ଯ୍ୟନ୍ତ ଭାରତରେ ମୃତ୍ୟୁସଂଖ୍ୟା ୩ ହଜାର ୨୯ରେ ପହଞ୍ଚିଛି । ଆକ୍ରାନ୍ତ ହୋଇଛନ୍ତି ମୋଟ ୯୬ ହଜାର ୧୬୯ ଜଣ । ଆରୋଗ୍ୟ ଲାଭ କରିଛନ୍ତି ୩୬ ହଜାର ୮୨୪ ।

COVID_19_testଦେଶରେ ଆକ୍ଟିଭ୍‌ କେସ୍‌ ୫୬ ହଜାର ୩୧୬ ରହିଛି । କରୋନା ମୃତ୍ୟୁ ତାଲିକାରେ ଆଗରେ ରହିଛି ମହାରାଷ୍ଟ୍ର । ୧ ହଜାର ୧୯୮ ଜଣଙ୍କ ମୁଣ୍ଡ ନେଲାଣି ଏହି ଭୟଙ୍କର ଭାଇରସ୍‌ । ମୋଟ ୩୩ ହଜାର ୫୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଦ୍ୱିତୀୟ ତାଲିକାରେ ଥିବା ଗୁଜୁରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୩୭୯ ଥିବା ବେଳେ ଗଲାଣି ୬୫୯ଜଣଙ୍କ ଜୀବନ । ସେହିପରି ତାମିଲନାଡୁ, ଦିଲ୍ଲୀ, ରାଜସ୍ଥାନରେ ବି ସ୍ଥିତି ବିଗିଡ଼ିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.