ରାଜ୍ୟରେ ଆଉ ୪୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ୪୮ କରୋନା ଆକ୍ରାନ୍ତ ଚିହ୍ନଟ। ପଜିଟିଭ୍‌ଙ୍କ ମଧ୍ୟରେ ଯାଜପୁରରୁ ୧୬, ଗଞ୍ଜାମରୁ ୧୫ ଓ ପୁରୀରୁ ୪ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦ୍ରାପଡ଼ାରୁ ୩, ନୟାଗଡ଼ରୁ ୨ ଓ ବଲାଙ୍ଗିରରୁ ୨ ପଜିଟିଭ୍‌ ଅଛନ୍ତି। କନ୍ଧମାଳ ଛୁଇଁଲା କରୋନା। ଜିଲ୍ଲାରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୌଦ୍ଧ,କଟକ,ଖୋର୍ଦ୍ଧାରୁ ମଧ୍ୟ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଛି। ସୂଚନା ଥାଉକି ୪୮ କରୋନା ଆକ୍ରାନ୍ତଙ୍କ ଭିତରୁ ୪୭ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରେ ଥିଲେ ।

ଅପରପଟେ ଗତକାଲି ୯୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଭଦ୍ରକ-୨୮, ବାଲେଶ୍ୱର-୧୭, ଗଞ୍ଜାମ-୧୫, କଟକ-୧୨, ପୁରୀ-୭, କେନ୍ଦୁଝର-୪, ଖୋର୍ଦ୍ଧା-୩, ବଲାଙ୍ଗିର-୨,କେନ୍ଦ୍ରାପଡା-୧, ସମ୍ବଲପୁର-୧, ସୁନ୍ଦରଗଡ଼ରେ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାସହ ପ୍ରଥମଥର ପାଇଁ  ସମ୍ବଲପୁର ଜିଲ୍ଲାକୁ କରୋନା ଛୁଇଁଥିଲା । ପ୍ରଥମ ଥର ପାଇଁ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସବଡିଭିଜନ ଅନ୍ତର୍ଗତ ଲୁହାପଙ୍କ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଜଣେ ୧୮ ବର୍ଷୀୟ ଯୁବକ କରୋନା ପଜିଟିଭ୍ ଥିବା ଜଣାପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.