Below header

ସୀମା ଟପିଲା କ୍ରୁରତା: ଘୋଡ଼ା ଗୋଡ଼ରେ ରଶି ବାନ୍ଧି ଅଳିଆ ଗଦାରେ ଫିଙ୍ଗି ଦିଆଗଲା, ରାସ୍ତା ପାର୍ଶ୍ୱରୁ ମିଳିଲା ମୃତଦେହ

ଏବେ ଏବେ ସୋସିଆଲ ମିଡିଆରେ ଯେଉଁ ଖବର ସାମ୍ନାକୁ ଆସିଛି, ତାହାକୁ ପଢ଼ିଲେ କିମ୍ବା ଶୁଣିଲେ, ଆପଣଙ୍କୁ ନିଶ୍ଚୟ ରାଗ ଲାଗିବ। ଏପରି କି, ସେହି ଦୃଶ୍ୟ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଘଟଣାଟି ହେଲା, କେହି ଜଣେ ଏକ ଘୋଡ଼ାର ଗୋଡ଼ ବାନ୍ଧି ତାକୁ ରାସ୍ତା ପାର୍ଶ୍ୱରେ ଫିଙ୍ଗିଦେଇ ଚାଲିଯାଇଛି, ଯାହାଫଳରେ ଶେଷରେ ଘୋଡାଟିର ମୃତ୍ୟୁ ଘଟିଛି।

g2

ଘଟଣାଟି ଇଂଲଣ୍ଡର ବୋଲି କୁହାଯାଉଛି। ଏଠାରେ ରାସ୍ତା ପାର୍ଶ୍ୱରୁ ଏକ ଘୋଡ଼ାର ମୃତଦେହ ମିଳିଥିଲା, ଯାହା ଗୋଡ଼ରେ ରଶି ବନ୍ଧାଯାଇଥିଲା। ଘୋଡାଟିକୁ ଏଭଳି ଅବସ୍ଥାରେ ଫିଙ୍ଗାଯାଇଥିଲା, ଯେପରି କେହି ଅଳିଆ ପକାଉଛି। ତେବେ ଘୋଡ଼ା କାହାର, ସେ ବିଷୟରେ କୌଣସି ସୂଚନା ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.