ଲକ୍ଷ୍ନୌର ହୋଟେଲ ଲେଭାନାକୁ କରାଯିବ ଧ୍ୱସ୍ତ! ଜାରି ହେଲା ନିର୍ଦ୍ଦେଶ; ୨ ମାସ ତଳେ ଅଗ୍ନିକାଣ୍ଡରେ ଚାଲି ଯାଇଥିଲା ୪ ଜଣଙ୍କ ଜୀବନ

ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲକ୍ଷ୍ନୌ ହଜରତଗଞ୍ଜର ମଦନ ମୋହନ ମାଲଭୀୟ ମାର୍ଗରେ ଥିବା ହୋଟେଲ ଲେଭାନାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏବେ ଲେଭାନା ହୋଟେଲକୁ ୯ ଡିସେମ୍ବର ସୁଦ୍ଧା ଜବାବ ଦେବାକୁ ପଡ଼ିବ। ଯଦି ସେ ଏହା ନ କରେ, ତା’ ହେଲେ ହୋଟେଲକୁ ଧ୍ୱସ୍ତ କରାଯିବ ବୋଲି ଏଲ୍‌ଡିଏ ଅଧିକାରୀ ନିର୍ଦ୍ଦେଶ ଜାରି କରିଛନ୍ତି। କହି ରଖୁଛୁ କି, ଏହି ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡରେ ୪ ଜଣଙ୍କ ଜୀବନ ଚାଲି ଯାଇଥିଲା।

ହଜରତଗଞ୍ଜ ଅଞ୍ଚଳରେ ଥିବା ଏହି ୪ ମହଲା ହୋଟେଲରେ ସେପ୍ଟେମ୍ବର ୫ ତାରିଖ ସକାଳେ ନିଅାଁ ଲାଗିଥିଲା। ଏଥିରେ ୨ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅତି କମ୍‌ରେ ୧୦ ଜଣ ଲୋକ ଆହତ ହୋଇଥିଲେ। ଅଗ୍ନିକାଣ୍ଡ ହଜରତଗଞ୍ଜର ମଦନ ମୋହନ ମାଲଭୀୟ ମାର୍ଗରେ ଥିବା ଲେଭାନା ସୁଇଟ୍ସ ହୋଟେଲରେ ହୋଇଥିବା ପୋଲିସ ସୂଚନା ଦେଇଥିଲା। ଏହାରି ଭିତରେ ଜଣାପଡ଼ିଛି ଯେ ହୋଟେଲ ମାଲିକ ଏ ପର୍ଯ୍ୟନ୍ତ ପ୍ରଶାସନକୁ ହୋଟେଲର ନକ୍ସା ଦେଇପାରି ନାହାନ୍ତି।

ହୋଟେଲ ଲେଭାନାରେ ହୋଇଥିବା ଅଗ୍ନିକାଣ୍ଡରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ଏବଂ ହୋଟେଲ ମାଲିକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା। ଏହି ପୂରା ମାମଲାରେ ପୋଲିସ ନିଜ ତରଫରୁ ମାମଲା ରୁଜୁ କରିଥିଲା। ଯେତେବେଳେ କି, ହୋଟେଲ ମାଲିକ ରାହୁଲ ଅଗ୍ରୱାଲ, ରୋହିତ ଅଗ୍ରୱାଲ ଏବଂ ଜିଏମ ସଞ୍ଜୟ ଶ୍ରୀବାସ୍ତବଙ୍କୁ ପଚରାଉଚରା କରାଯାଇଥିଲା।

ଏହି ଅଗ୍ନିକାଣ୍ଡ ପରେ ସିଏମ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଏକ ତଦନ୍ତ କମିଟି ମଧ୍ୟ ଗଠନ ହୋଇଥିଲା। ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେହି ସମୟରେ ସେମାନେ ହୋଟେଲ ଲେଭାନା ସୁଇଟ୍ସର ବ୍ୟବସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ହୋଟେଲର ମାନକ ଏବଂ ଅଗ୍ନି ଉପକରଣର ଯାଞ୍ଚ କରାଯିବ। ଯେଉଁଠି ଅବହେଳା ନଜର ଆସିବ, ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.