ଇଭିଏମକୁ ହ୍ୟାକ୍‌ କରାଯାଇ ପାରିବ କି ? ଜାଣନ୍ତୁ ମତଦାନ କେନ୍ଦ୍ର ଠାରୁ ଷ୍ଟ୍ରଙ୍ଗ ରୁମ ପର୍ଯ୍ୟନ୍ତ ଇଭିଏମର ଯାତ୍ରା

ମତଦାନ ପାଇଁ ବ୍ୟବହୃତ ହେଉଥିବା ଇଭିଏମ୍‌ ମେସିନ ଭୋଟ ସମୟରେ ବଡ ଚର୍ଚ୍ଚାରେ ରହିଥାଏ । ଇଭିଏମ୍‌ ର ପୁରା ନାମ ହେଉଛି ଇଲୋକ୍ଟ୍ରୋନିକ ଭୋଟିଂ ମେସିନ । ଏହା ଏପରି ଏକ ମେସିନ ଯାହାର ବ୍ୟବହାର ଦ୍ୱାରା ଭୋଟ ଦାନ ସହ ଏହାର ରେକର୍ଡ ମଧ୍ୟ କରାଯାଇପାରେ । ଇଭିଏମ ଆସିବା ପୂର୍ବରୁ ଭୋଟ ପାଇଁ ବାଲାଟ ପେପର ବ୍ୟବହାର କରାଯାଉଥିଲା । ଇଭିଏମରେ ଅଲଗା ଅଲଗା ପ୍ରତିନିଧିଙ୍କ ପାଇଁ ଅଲଗା ଅଲଗା ବଟମ ରହିଥାଏ । ଯାହା ଉପରେ ସେହି ପାର୍ଟିର ଚିହ୍ନ ମଧ୍ୟ ରହିଥାଏ । ଆଜି ଜାଣିବା ଇଭିଏମ କ’ଣ ହ୍ୟାକ କରାଯାଇପାରେ ।

ଇଭିଏମ ହ୍ୟାକ୍‌ କରାଯାଇପାରେ କି ?

ବହୁବାର ଶୁଣିବାକୁ ମିଳେ ଯେ ଇଭିଏମ ମେସିନକୁ ମଧ୍ୟ ଟାମ୍ପରିଂ ବା ଭୁଲଭାଲ କରାଯାଇପାରେ । ଇଭିଏମରେ ଭୋଟିଂ କରିବା ବେଳେ ଆପଣଙ୍କ ପ୍ରଥମ ଦବା ଯାଇଥିବା ବଟମ କେବଳ କାମ କରିଥାଏ । ପ୍ରତି ଭୋଟ ପରେ କଣ୍ଟ୍ରୋଲ ୟୁନିଟକୁ ଆଉ ଏକ ଭୋଟ ପାଇଁ ପ୍ରସ୍ତୁତ କରିବାକୁ ପଡେ । ତେଣୁ ଇଭିଏମରେ ଫଟାଫଟ ବଟନ ଦବାଇ ଭୋଟ ଦେବା ସମ୍ଭବ ନୁହେଁ । ଏମିତି ବି କୁହଯାଏ ଏହି ମେସିନର ନିଜର ଫ୍ରିକ୍ୱେନ୍ସି ବି ରହିଥାଏ । ଯାହାଦ୍ୱାରା ଏହାକୁ ହ୍ୟାକ୍‌ ମଧ୍ୟ କରାଯାଇପାରେ ।

ତେବେ ଏପରି ଦାବି ପ୍ରମାଣ କରାଯାଇ ନାହିଁ । ଏମିତି ଦାବି ବି କରାଯାଇଥାଏ ଯେ ମେସିନକୁ ଫିଜିକାଲି ମାନିପୁଲେଟ ବା ହେରଫେର କରାଯାଇପାରେ । ଯଦି କାହା ହାତରେ ଏହି ମେସିନ ଆସିଯାଏ ,ସେ ଏହାକୁ ଓଲଟପାଲଟ କରିଦେଇପାରେ । ତେବେ ଏହାକୁ ବି ନେଇ କୌଣସି ପ୍ରମାଣ ଜଣାଯାଇ ନାହିଁ । ଇଭିଏମରେ ଏତେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି େ ଯ ଏହାକୁ ହେରଫେର କରିବା ବହୁତ କଠିନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.