ସଇତାନ ସ୍ୱାମୀର ହୃଦୟଥରା କାମ, ହତ୍ୟା ପରେ ସ୍ତ୍ରୀର ମସ୍ତିଷ୍କ ଖାଇଲା ସ୍ୱାମୀ

ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରି ତାର ମସ୍ତିଷ୍କକୁ ପ୍ଲେଟରେ ସଜାଇ ଖାଇଛି । ଏଭଳି ଏକ ଭୟଙ୍କର ଘଟଣା ମେକ୍ସିକୋ ସହରରେ ଘଟିଛି ଯାହା ସମସ୍ତଙ୍କ ହୃଦୟକୁ ଥରାଇ ଦେଇଛି । ଏହି ମାମଲାରେ ଜଣେ ୩୨ ବର୍ଷିୟ ମ୍ୟାକ୍ସିକାନ ବ୍ୟକ୍ତିକୁ ଗିରଫ କରାଯାଇଛି ।

ଦିନକୁ ଦିନ ଅପରାଧିକ ମାମଲା ବଢି ଚାଲିଛି । ଅନେକ ଦମ୍ପତ୍ତିଙ୍କ ମଧ୍ୟରେ ହେଉଥିବା ବିବାଦ କେତେବେଳେ ଯେ ଭୟଙ୍କର ରୂପ ନେଉଛି ତାହା କହିବା ମୁସ୍କିଲ । ଦମ୍ପତ୍ତିଙ୍କ ମଧ୍ୟରେ ଏଭଳି ଏକ ଭୟଙ୍କର ଘଟଣା ମେକ୍ସିକୋ ସହରରେ ଘଟିଛି ଯାହା ସମସ୍ତଙ୍କ ହୃଦୟକୁ ଥରାଇ ଦେଇଛି । ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରି ତାର ମସ୍ତିଷ୍କକୁ ପ୍ଲେଟରେ ସଜାଇ ଖାଇଛି । ଏଭଳି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ପୋଲିସ କହିବା ଅନୁସାରେ ବ୍ୟକ୍ତି ଜଣକ ସ୍ତ୍ରୀର ମସ୍ତିଷ୍କକୁ ଟ୍ୟାକୋସରେ ରଖି ଖାଇଥିଲା । ଟ୍ୟାକୋସ ଏକ ପାରମ୍ପରିକ ମ୍ୟାକ୍ସିକାନ ଡିସ । ଏହି ମାମଲାରେ ଜଣେ ୩୨ ବର୍ଷିୟ ମ୍ୟାକ୍ସିକାନ ବ୍ୟକ୍ତିକୁ ଗିରଫ କରାଯାଇଛି । ଗତ ୨୯ ଜୁନରେ ବ୍ୟକ୍ତି ଜଣକ ଖାଦ୍ୟରେ ନିଶାଦ୍ରବ୍ୟ ମିଶାଇ ନିଜ ସ୍ତ୍ରୀର ହତ୍ୟା କରିଥିଲା ।

ମିଳିଥିବା ରିପୋର୍ଟ ଅନୁସାରେ, ଅଭିଯୁକ୍ତ ସ୍ୱାମୀର ନାମ ଅଲ୍ଵାରୋ ହୋଇଥିବା ବେଳେ ମୃତକଙ୍କ ନାମ ମାରିଆ ମୋଣ୍ଟସେରାଟ କୁହାଯାଉଛି । ଅଲ୍ଵାରୋ ନିଜ ସ୍ତ୍ରୀର ହତ୍ୟା କରିବା ପରେ ମସ୍ତିଷ୍କକୁ ଟ୍ୟାକୋସରେ ରଖି ଖାଇଥିଲା । ସେହିପରି ସ୍ତ୍ରୀର ମୁଣ୍ଡକୁ ଏଶଟ୍ରେ ଭାବେ ବ୍ୟବହାର କରୁଥିଲା । ଦମ୍ପତ୍ତିଙ୍କ ବିବାହ ଗୋଟିଏ ବର୍ଷ ମଧ୍ୟ ହୋଇନଥିଲା ଏବଂ ପିଡ଼ିତାଙ୍କର ପୂର୍ବ ବିବାହରେ ମହିଳାଙ୍କର ୫ଟି ଝିଅ ଥିବା ସୂଚନା ମିଳିଛି । ସବୁଠାରୁ ଛୋଟ ଝିଅ ୧୨ ବର୍ଷର ହୋଇଥିବାବେଳେ ବଡ଼ ଝିଅ ୨୩ ବର୍ଷର ବୋଲି ଜଣା ପଡ଼ିଛି ।

ତଦନ୍ତ ସମୟରେ ଅଲ୍ଵାରୋ ପୋଲିସକୁ କହିଛି ଯେ, ସେ ସାଣ୍ଟା ମୁଏର୍ଟ ଏବଂ ସଇତାନର ଆଦେଶରେ ଏଭଳି ଅପରାଧ କରିଛି । ସାଣ୍ଟା ମୁଏର୍ଟ କୁ ମୃତ୍ୟୁର ଦେବୀ କୁହାଯାଏ ଏବଂ ମ୍ୟାକ୍ସିକୋ ଏବଂ ପଡ଼ୋଶୀ ଆମେରିକାରେ ତାଙ୍କର ପୂଜା କରାଯାଏ । ତେବେ ସ୍ତ୍ରୀର ହତ୍ୟା କରିବା ପରେ ତାର ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଥିଲା ଅଭିଯୁକ୍ତ । ପରେ ଶରୀରର ଖଣ୍ଡ ଅଂଶକୁ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି କିଛି ଅଂଶକୁ ବାହାରେ ପକାଇଥିଲା ଏବଂ କିଛି ଅଂଶକୁ ଘରେ ରଖିଥିଲା । ଦୁଇ ଦିନ ପରେ ସ୍ତ୍ରୀର ଝିଅ ନିକଟରେ ଅପରାଧ ମାନିଥିଲା ଅଭିଯୁକ୍ତ । ପରେ ସମସ୍ତ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା ।

ମୃତ ମହିଳାଙ୍କ ମା’ ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅଭିଯୁକ୍ତ ମୃତକଙ୍କ ଝିଅଙ୍କୁ ଫୋନ କରିଥିଲେ ଏବଂ ତାଙ୍କ ମା’ଙ୍କୁ ନେଇଯିବା ପାଇଁ କହିଥିଲା । କିନ୍ତୁ ସେ ପୂର୍ବରୁ ହିଁ ମହିଳାଙ୍କୁ ହତ୍ୟା କରି ତାର ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଥିଲା । ଅଭିଯୁକ୍ତ ଜଣକ ନିଶାଦ୍ରବ୍ୟ ସେବନ କରୁଥିବା ମୃତ ମହିଳାଙ୍କ ପରିବାର ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.