ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ଖବର, ପାଖାପାଖି ୪ ଘଣ୍ଟା ବନ୍ଦ ରହିବ ଅନଲାଇନ ଟିକେଟ ବୁକିଂ

ଆଜି ରାତିରେ ଟିକେଟ ବୁକିଂ କରିବାକୁ ଚାହୁଁଥିବା ଯାତ୍ରୀ କରିପାରିବେ ବୁକିଂ । ରାତି ୧୧.୪୫ରୁ ୩.୩୦ ପର୍ଯ୍ୟନ୍ତ ବନ୍ଦ ରହିବ ଅନଲାଇନ ଟିକେଟ ବୁକିଂ। ପାସେଞ୍ଜର ରିର୍ଜରଭେସନ ସିଷ୍ଟମ ବନ୍ଦ ହେବାରୁ ସମସ୍ୟା ଭୋଗିବେ ଯାତ୍ରୀ ।

ଆପଣ ଯଦି ଆଜି ଟ୍ରେନରେ ଯାତ୍ରା କରିବା ପାଇଁ ଟିକେଟ କରିବାକୁ ଯାଉଛନ୍ତି, ତେବେ ଅନେକ ସମସ୍ୟା ଭୋଗିପାରନ୍ତି । ଆଜି ରାତି ୧୧.୪୫ ମିନିଟରୁ ଆସନ୍ତାକାଲି ୩.୩୦ ମିନିଟ ପର୍ଯ୍ୟନ୍ତ ଟିକେଟ ବୁକିଂ କରିପାରିବେନି ଯାତ୍ରୀ । କୋଲକତାରେ ପାସେଞ୍ଜର ରିର୍ଜରଭେସନ ସିଷ୍ଟମ(ପିଆରଏସ) ଡାଟା ସେଣ୍ଟରରେ ଡିନରଟାଇମ ଗିତିବିଧି ପରେ ଇଣ୍ଟରନେଟ ବୁକିଂ ପ୍ରଭାବିତ ହେବ। ଏହାଦ୍ୱାରା ଅନେକ ରାଜ୍ୟରେ ରେଳଯାତ୍ରୀ ସମସ୍ୟା ଭୋଗିପାରନ୍ତି । ପିଆରଏସ୍‌ ବନ୍ଦ ହେବା କାରଣରୁ ଅନେକ କାମ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ପିଆରଏସ୍‌ ୩ ଘଣ୍ଟା ୪୫ ମିନିଟ୍‌ ବନ୍ଦ ରହିବ । ଯାତ୍ରୀ ଜୁଲାଇ ୮ ତାରିଖ ଶନିବାର ରାତି ୨୩,୪୫ ମିନିଟରୁ ୯ ଜୁଲାଇ ରବିବାର ୩.୩୦ ମିନିଟ୍‌ ମଧ୍ୟରେ କୌଣସି ଟିକେଟ ଅନଲାଇନ ବୁକ୍‌ କରିପାରିବେ ନାହିଁ । ଅନଲାଇନ ବୁକିଂ ବନ୍ଦ ହେବା ଦ୍ୱାରା ଏହାର ପ୍ରଭାବ ଅନେକ ରାଜ୍ୟରେ ହେବ । ଏଥିରେ ପଶ୍ଚିମବଙ୍ଗ, ଓଡିଶା, ବିହାର, ଝାରଖଣ୍ଡ, ଆସାମ, ସିକ୍ମିମ, ମଣିପୁର, ନାଗାଲାଣ୍ଡ, ତ୍ରିପୁରା ଏବଂ ଆନ୍ଧ୍ର, ମହାରାଷ୍ଟ୍ରର କିଛି ଅଂଶ ସାମିଲ ରହିଛି ।

ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ଅନ୍ୟ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିବ ନାହିଁ । ପୂର୍ବତଟ ରେଳ, ଦକ୍ଷିଣ ପୂର୍ବ ରେଳ, ପୂର୍ବ ରେଳ,ଦକ୍ଷିଣ ପୂର୍ବ ରେ, ପୂର୍ବୋତ୍ତର ସୀମାନ୍ତ ରେଳ ଏବଂ ମଧ୍ୟ ରେଳ ଉପରେ ଏହାର ପ୍ରଭାବ ପଡିବ ।

ପାସେଞ୍ଜର ରିର୍ଜରଭେସନ ସିଷ୍ଟମ (ପିଆରଏସ) ବନ୍ଦ ହେବା ଯୋଗୁଁ ଅନେକ ସେବା ପ୍ରଭାବିତ ହେବ । ଏଥିରେ ଇଣ୍ଟରନେଟ ବୁକିଂ, କରେଣ୍ଟ ବୁକିଂ, ଇନକ୍ୱାରୀ ଏବଂ ଅନ୍ୟ ସର୍ଭିସ ପ୍ରଭାବିତ ହେବ । ରେଳ ଯାତ୍ରୀ ସ୍ଥାନୀୟ ରେଳ ଷ୍ଟେସନରୁ ଟିକେଟ କାଉଣ୍ଟରରୁ ଟିକେଟ କିଣିପାରିବେ । ତେଣୁ ରେଳବାଇ ପକ୍ଷରୁ ୮ ଜୁଲାଇ ୯ ଜୁଲାଇ ପର୍ଯ୍ୟନ୍ତ ୪ ଘଣ୍ଟା ଟ୍ରାଫିକ ବ୍ଲକ ଯୋଗୁଁ ଅନେକ ଟ୍ରେନକୁ ଡାଇଭର୍ଟ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.