ଭାଇକୁ କିଡ଼ନୀ ଦାନ କରିଲେ ବୋଲି ପତ୍ନୀଙ୍କୁ ହ୍ୱାଟ୍ସଆପରେ ତିନ ତଲାକ୍ ଦେଲେ ସ୍ୱାମୀ

ଉତ୍ତରପ୍ରଦେଶରେ ତିନ ତଲାକର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗୋଣ୍ଡା ଜିଲ୍ଲାରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ହ୍ୱାଟ୍ସଆପ ମାଧ୍ୟମରେ ତିନ ତାଲାକ ଦେଇଛନ୍ତି ଓ କାରଣ ହେଉଛି ପତ୍ନୀ ତାଙ୍କ ଭାଇଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ କିଡନୀ ଦାନ କରିଥିଲେ ।

ଉତ୍ତରପ୍ରଦେଶରେ ତିନ ତଲାକର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗୋଣ୍ଡା ଜିଲ୍ଲାରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ହ୍ୱାଟ୍ସଆପ ମାଧ୍ୟମରେ ତିନ ତାଲାକ ଦେଇଛନ୍ତି ଓ କାରଣ ହେଉଛି ପତ୍ନୀ ତାଙ୍କ ଭାଇଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ କିଡନୀ ଦାନ କରିଥିଲେ । ସମଗ୍ର ଘଟଣା ଧନପୁର ପୋଲିସ ଷ୍ଟେସନ ଅଞ୍ଚଳର ବୋରିଆହି ଗାଁରେ ଘଟିଛି । ପୀଡିତା ତରନୃମଙ୍କ ସ୍ୱାମୀ ମହମ୍ମଦ ରସିଦ ସାଉଦି ଆରବରେ କାମ କରନ୍ତି । ପତ୍ନୀ କିଡନୀ ଦାନ କରିଥିବାରୁ ମହମ୍ମଦ ରସିଦ ତାଙ୍କ ଉପରେ ଖୁବ କ୍ରୋଧିତ ହୋଇଥିଲେ ।

ଏଥିପାଇଁ ସେ ତରନୃମଙ୍କୁ ୪୦ ଲକ୍ଷ ଟଙ୍କା ମଧ୍ୟ ମାଗିଥିଲେ । ଯେତେବେଳେ ମହିଳା ଏହି ଟଙ୍କା ଦେବାକୁ ମନା କରିଦେଇଥିଲେ, ତାଙ୍କ ସ୍ୱାମୀ ମହମ୍ମଦ ରସିଦ ଫୋନ୍ ମାଧ୍ୟମରେ ହି ତାଙ୍କୁ ତିନ ତାଲାକ୍ ଦେଇଥିଲେ । ତରନୃମ ଏବଂ ରସିଦ ଦୀର୍ଘ ୨୦ ବର୍ଷ ପୂର୍ବେ ବିବାହ କରିଥିଲେ, କିନ୍ତୁ ପରେ ରସିଦ ଚାକିରୀ କରିବା ପାଇଁ ସାଉଦି ଆରବକୁ ଯାଇଥିଲେ । ଏହି ଦମ୍ପତିଙ୍କର କୌଣସି ସନ୍ତାନ ନାହିଁ । ତରନୃମ କହିଛନ୍ତି ଯେ ରସିଦ ଦ୍ୱିତୀୟ ଥର ବିବାହ କରିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ତରନୃମଙ୍କ ଭାଇ ମହମ୍ମଦ ଶାକିର କିଡନୀ ଫେଲରେ ପୀଡିତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ ।

ଭାଇଙ୍କ ଜୀବନ ବଞ୍ଚାଇବା ପାଇଁ ତରନୃମ ପ୍ରାୟ ପାଞ୍ଚ ମାସ ପୂର୍ବେ ତାଙ୍କର ଗୋଟିଏ କିଡନୀ ଦାନ କରିବା ପାଇଁ ସର୍ଜରୀ କରିଥିଲେ । ଡିସଚାର୍ଜ ହେବା ପରେ ତରନୃମ ଗୋଣ୍ଡାରେ ଥିବା ତାଙ୍କ ଶାଶୁ ଘରକୁ ଫେରି ଆସିଥିଲେ କିନ୍ତୁ ଏହା ପରେ ତାଙ୍କର ସ୍ୱାମୀ ରସିଦଙ୍କ ସହ ବିବାଦ ଖୁବ ବଢ଼ି ଯାଇଥିଲା । ତରନୃମଙ୍କର ଏକମାତ୍ର ଭୁଲ ଥିଲା ଯେ ସେ ତାଙ୍କ କିଡନୀ ଦାନ କରିବା ପୂର୍ବରୁ ସ୍ୱାମୀଙ୍କଠାରୁ ଅନୁମତି ନେଇ ନଥିଲେ । ଯେତେବେଳେ ରସିଦ ଏହା ଜାଣିଥିଲେ, ସେ ବହୁତ କ୍ରୋଧିତ ହୋଇଯାଇଥିଲେ ।

ଯେଉଁଥିପାଇଁ ସେ ହ୍ୱାଟ୍ସଆପ ମାଧ୍ୟମରେ ପତ୍ନୀଙ୍କୁ ତିନ ତାଲାକ ଦେଇଥିଲେ । ଏହି ଘଟଣା ପରେ ତରନୃମ ତାଙ୍କ ପିତାମାତାଙ୍କ ସହ ରହିବାକୁ ବାଧ୍ୟ ହୋଇଛନ୍ତି । ଏବେ ସେ ତାଙ୍କ ସ୍ୱାମୀଙ୍କ ବିରୋଧରେ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପୋଲିସ ଅଧୀକ୍ଷକ ରାଧେଶ୍ୟାମ ରାୟ ନିଶ୍ଚିତ କରିଛନ୍ତି ଯେ ଏଭଳି ଏକ ମାମଲା ରୁଜୁ ହୋଇଛି ଏବଂ ଏନେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.