Below header

ମୃତ୍ୟୁକୁ ସାମ୍ନାରୁ ଭେଟିବା ପରେ ସେହି ୧୦୪ ସେକେଣ୍ଡର ହୃଦୟ ବିଦାରକ ଫୋନ୍‌ କଲ୍‌, ତା’ପରେ ସବୁ ନିରବ

ହାଇଦ୍ରାବାଦ : ମୃତ୍ୟୁକୁ ସାମ୍ନାରୁ ଦେଖୁଥିବା ଜଣେ ବ୍ୟକ୍ତିର ଶେଷ ଏହି କେଇପଦ କଥା ଶୁଣିଲେ କାହାର ବି ଆଖିରେ ଆସିଯିବ ଲୁହ । ମୃତ୍ୟୁକୁ ଆଗରେ ଥିବା ଦେଖି ନିଜର ବନ୍ଧୁଙ୍କୁ ବଞ୍ଚାଇବାକୁ କରୁଥିବା ଫୋନ୍‌ କଲ୍‌ରେ ଆକୁଳ ନିବେଦନ ଥିଲା ଏମିତି-‘ ମୋ କାର୍‌ ପାଣିରେ ଭାସି ଯାଉଛି ।

ଦୟାକରି ମୋତେ ବଞ୍ଚାଅ, କାହାକୁ ଟିକେ ପଠାଅ । ମୋ କା’ର ଏବେ ଗଛରେ ଲାଗି ଯାଇଛି । ଏବେ ମୋ କା’ର ଭିତରକୁ ପାଣି ପଶିଲା । ମୁଁ ଏବେ କ’ଣ କରିବି ।’ ଏମିତି ଥିଲା ୧ ମିନିଟ୍‌ ୪୪ ସେକେଣ୍ଡର ଶେଷ ଫୋନ୍‌ କଲ୍‌ । ବନ୍ଧୁଙ୍କ ଫୋନ୍‌ କଲ୍‌ ପାଇବା ପରେ ବନ୍ଧୁ ତାଙ୍କୁ କା’ର ଭିତରୁ ବାହାରି ଯାଇ ଗଛକୁ ଧରି ରହିବାକୁ କହିଥିଲେ ।

ଯେତେ ସାହସ ଦେଇଥିଲେ ବି କା’ରରୁ ବାହାରି ଯିବାକୁ ସାହସ କରିନଥିଲେ ଭେଙ୍କେଟେସ୍‌ । ଚାହୁଁ ଚାହୁଁ ତାଙ୍କ ଫୋନ୍‌ କଲ୍‌ ବନ୍ଦ ହୋଇଯାଇଥିଲା । ବନ୍ଧୁଙ୍କ ହାତରୁ ଫୋନ୍‌ ଖସି ପଡିଥିଲା । ଆଉ ଦୁଇଦିନ ପରେ ମିଳିଥିଲା ଭେଙ୍କେଟେଶ୍‌ଙ୍କ ଶବ ।

ଅଘଟଣଟି ଥିଲା ଏପରି । ହାଇଦ୍ରାବାଦରେ ପ୍ରବଳ ବର୍ଷାରେ ଭେଙ୍କେଟେସ ଗୈାଡ଼ଙ୍କ କା’ର ଭାସି ଯାଇଥିଲା । ସେ ନିଜକୁ ରକ୍ଷା କରିବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କର ସବୁ ପ୍ରଚେଷ୍ଟା ଫେଲ୍‌ ମାରିଥିଲା । ପାଣି ସୂଅରେ ତାଙ୍କ କା’ର ଭାସି ଯିବା ଯୋଗୁ କା’ର ଭିତରେ ରହି ତାଙ୍କର ମୃତ୍ୟୁ ହୋଇଥିଲା ।

ଦୁଇଦିନ ପରେ ତାଙ୍କର ଶବ ମିଳିଥିଲା । ପ୍ରକାଶଯୋଗ୍ୟ, ପ୍ରବଳ ବର୍ଷା ଯୋଗୁ ତେଲେଙ୍ଗାନାରେ ପ୍ରାୟ ୫୦ ଲୋକଙ୍କ ମୃତ୍ୟୁ ହୋଇଛି । ଅନେକଙ୍କୁ ପାଣି ସ୍ରୋତରୁ ଉଦ୍ଧାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.