Below header

ପୂର୍ବତନ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଝଟ୍‌କା, ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ

ଅଲ୍‌-କାଦିର ଟ୍ରଷ୍ଟ ମାମଲାରେ ପୂର୍ବତନ ପାକ୍‌ ପିଏମ୍‌ ଇମ୍ରାନ ଖାନ ଇସଲାମାବାଦ ହାଇକୋର୍ଟ ବାହାରୁ ଗିରଫ ହେବାର ଦିନକ ପରେ ବୁଧବାର ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ପୂରା ପାକିସ୍ତାନରେ ପରିବେଶ ଅଶାନ୍ତ ହୋଇପଡ଼ିଛି। ଇମ୍ରାନ ଖାନଙ୍କ ମୁକ୍ତି ପାଇଁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି। ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ)ର ସମର୍ଥକମାନେ ରାସ୍ତା ଉପରକୁ ଓହ୍ଲାଇଛନ୍ତି। ସାରା ଦେଶରେ ହିଂସାକାଣ୍ଡ ଘଟୁଛି। ସେନାର କୋର୍‌ କମାଣ୍ଡରଙ୍କ ଘରେ ଭଙ୍ଗାରୁଜା କରି ପ୍ରଦର୍ଶନକାରୀମାନେ ନିଆଁ ଲଗାଇ ଦେଇଛନ୍ତି।

ସେପଟେ ବୁଧବାର ଇମ୍ରାନ ଖାନ ଇସଲାମାବାଦରେ ଶୁଣାଣି ପାଇଁ କୋର୍ଟରେ ହାଜର ହୋଇଥିଲେ। ରିପୋର୍ଟ ଅନୁସାରେ, ଅଲ୍‌-କାଦିର ଟ୍ରଷ୍ଟ ମାମଲାରେ ଇସଲାମାବାଦ ହାଇକୋର୍ଟ ବାହାରୁ ଗିରଫ ହେବାର ଦିନକ ପରେ ବୁଧବାର ତୋଷଖାନା ମାମଲାରେ ଇମ୍ରାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

କହି ରଖୁଛୁ, ୨୦୨୨ ଅଗଷ୍ଟରେ ଯେତେବେଳେ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ)ଙ୍କ ମିଳିତ ସରକାର ଇମ୍ରାନଙ୍କ ବିରୋଧରେ ମାମଲା ଦାୟର କରିଥିଲା, ସେହି ସମୟରେ ତୋଷଖାନା ବିବାଦ ସାମ୍ନାକୁ ଆସିଥିଲା। ଏଥିରେ ଦାବି କରାଯାଇଥିଲା ଯେ ଇମ୍ରାନ ଖାନ ତୋଷଖାନାକୁ ଦିଆଯାଇଥିବା ଉପହାରଗୁଡ଼ିକ ବିଷୟରେ ତଥ୍ୟ ଖୁଲାସା କରି ନାହାନ୍ତି ଏବଂ କିଛି ଉପହାରର ବେଆଇନ ବିକ୍ରୟରୁ ସେ ଆୟ କରିଛନ୍ତି।

ସୂଚନାଥାଉ କି, ବର୍ତ୍ତମାନ ପାକିସ୍ତାନରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଛି। ପିଟିଆଇର କାର୍ଯ୍ୟକର୍ତ୍ତାମାନେ ଇମ୍ରାନ ଖାନଙ୍କ ଗିରଫଦାରୀ ପରଠାରୁ ହିଂସାକାଣ୍ଡ ଘଟାଉଛନ୍ତି। ଆଉ ଏହାର ଜବାବରେ ପୋଲିସ ବି ଅନେକ ସ୍ଥାନରେ ଗୁଳି ଚଳାଇଛି। ବିକ୍ଷୋଭକାରୀମାନେ ପୋଲିସକୁ ବୋମାରେ ଆକ୍ରମଣ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.