୮ହଜାର ମୁହାଁ ହେଲାଣି ଦେଶରେ ଦୈନିକ ସଂକ୍ରମଣ ମାମଲା, ୨୪ ଘଣ୍ଟାରେ ୭ହଜାର ୮୩୦ ନୂଆ ଆକ୍ରାନ୍ତ ଚିହ୍ନଟ
ଉପରମୁହଁ କରୋନା ସଂକ୍ରମଣ । ସାରା ଦେଶରେ ୨୪ ଘଂଟାରେ ୭ ହଜାର ୮୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ନୂଆଦିଲ୍ଲୀ : ଦେଶରେ କାୟା ମେଲାଉଛି କରୋନା । ବଢୁଛି ଦୈନିକ ସଂକ୍ରମଣ । ୮ହଜାର ମୁହାଁ ହେଲାଣି । ଆଜି ୭ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୭ହଜାର ୮୩୦ ପଜିଟିଭ୍ । ୭ ମାସରେ ସର୍ବାଧିକ ରହିଛି ଦୈନିକ କେସ୍। ଗତକାଲି ଏହି ସଂଖ୍ୟା ଥିଲା ୫ହଜାର ୬୭୬ । ଦୈନିକ ସଂକ୍ରମଣ ହାର ୩.୬୫ ପ୍ରତିଶତକୁ ବୃଦ୍ଧି ପାଇଛି ।
ଗତକାଲି ପଜିଟିଭିଟି ରେଟ୍ ରହିଥିଲା ୨.୮୮ ପ୍ରତିଶତ । କରୋନା ନେଇଛି ଆଉ ୧୬ ଜୀବନ । ମୃତକଙ୍କ ଭିତରେ କେରଳରୁ ଅଛନ୍ତି ସର୍ବାଧିକ ୫ ଜଣ । ଦିଲ୍ଲୀ, ପଞ୍ଜାବ, ହିମାଚଳପ୍ରଦେଶରୁ ୨ ଜଣ ଲେଖାଏ ଅଛନ୍ତି । ସେହିପରି କରୋନା ଗୁଜରାଟ, ହରିୟାଣା, ମହାରାଷ୍ଟ୍ର, ତାମିଲନାଡୁ ଓ ଉତ୍ତରପ୍ରଦେଶରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ଦିଲ୍ଲୀ ଓ ମୁମ୍ବାଇରେ ବଢୁଛି ଦୈନିକ କେସ୍ । ସଂକ୍ରମଣ ସହ ଉପରମୁହାଁ କୋଭିଡ୍ ଆକ୍ଟିଭ୍ କେସ୍ । ଦେଶରେ କରୋନା ସକ୍ରିୟ ମାମଲା ୪୦ ହଜାର ଟପିଛି । ମୋଟ୍ ଆକ୍ଟିଭ କେସ୍ ୪୦ ହଜାର ୨୧୫କୁ ବୃଦ୍ଧି ପାଇଛି ।