Below header

ବେଦାନ୍ତ ଫେକର କମ୍ପାନୀରେ ଶ୍ରମିକଙ୍କ ଉତ୍ତେଜନା, ୧୪୪ ଧାରା ଜାରି

ଭଦ୍ରକରେ ବେଦାନ୍ତ ଫେକର କମ୍ପାନୀରେ ଶ୍ରମିକଙ୍କ ଉତ୍ତେଜନା । ବେଦାନ୍ତ ଫେକର ଓ ଏହାର ଦୁଇ ଶହ ମିଟର ଅଞ୍ଚଳରେ ଲାଗିଲା ୧୪୪ ଧାରା । କମ୍ପାନୀରେ ଦୁର୍ଘଟଣାରେ ଦୁଇ ଶ୍ରମିକ ଗୁରୁତର ହେବା ପରେ ଉତ୍ତେଜନା ଦେଖାଦେଇଛି ।

ଭଦ୍ରକ (କେନ୍ୟୁଜ): ଭଦ୍ରକରେ ବେଦାନ୍ତ ଫେକର କମ୍ପାନୀରେ ଶ୍ରମିକଙ୍କ ଉତ୍ତେଜନା । ବେଦାନ୍ତ ଫେକର ଓ ଏହାର ଦୁଇ ଶହ ମିଟର ଅଞ୍ଚଳରେ ଲାଗିଲା ୧୪୪ ଧାରା । କମ୍ପାନୀରେ ଦୁର୍ଘଟଣାରେ ଦୁଇ ଶ୍ରମିକ ଗୁରୁତର ହେବା ପରେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତିକୁ ନେଇ ୧୪୪ ଧାରା ଜାରି ହୋଇଛି । ଆସନ୍ତା ୧୪ ତାରିଖ ସକାଳ ୬ଟା ଯାଏ କଟକଣା ବଳବତ୍ତର ରହିବ । କମ୍ପାନୀ ପରିସରରେ ଭଙ୍ଗାରୁଜା ସହ ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନ କଟକଣା ଜାରି କରିଛି ।

ସୂଚନା ଅନୁସାରେ ଅନ୍ୟ ଦିନ ଭଳି ମଧ୍ୟ ବେଦାନ୍ତ ଫେକର କାରାଖାନାରେ ଶ୍ରମିକମାନେ କାମ କରୁଥିଲେ । ଏହି ସମୟରେ କୋରଣ୍ଟ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସୂତାର ଓ ରନ୍ଦିଆର ବିଜୟ ବେହେରାଙ୍କ ଉ‌ପରେ ନିଆଁ ଝୁଲ ପଡ଼ିଯାଇଥିଲା । ସେମାନେ ବେଦାନ୍ତ ଫର୍ଣ୍ଣେସ୍‌ରେ ଚାର୍ଜିଂ କାର ଅପେରେଟର ଭାବେ କାର୍ଯ୍ୟରତ ଥିଲେ। ଦୁଇ ଗୁରୁତର ଶ୍ରମିକଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ପରେ ସେମାନଙ୍କୁ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।

ସୂଚନା ଥାଉକି, ପୂର୍ବରୁ ମଧ୍ୟ ବେଦାନ୍ତ ଫେକର ପରିସରରେ ଜଣେ କର୍ମଚାରୀ ନିଆଁ ପୋଡି ଗୁରୁତର ହୋଇଥିଲେ। କଟକ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.