ଭାଇରାଲ କଣ୍ଟେଣ୍ଟ କୁ ରୋକିବ ‘Take It Down’ ଟୁଲ

Facebook ଓ Instagram ୟୁଜର୍ସ ଙ୍କ ପାଇଁ ଖୁସି ଖବର, ଏବେ ଆଉ ସର୍କୁଲେଟ ହେବନି ୧୮ ବର୍ଷରୁ କମ ବୟସର ପିଲାଙ୍କ ଏଭଳି ଫଟୋ।ଭାଇରାଲ କଣ୍ଟେଣ୍ଟ କୁ ରୋକିବ 'Take It Down’ ଟୁଲ

ସୋସିଆଲ ମିଡିଆର ଜଣାଶୁଣା କମ୍ପାନୀ ମେଟା ୟୁଜର୍ସଙ୍କ ପାଇଁ ଆଣିଛି ଏକ ବଢିଆ ଟୁଲ । ଯାହାର ନାମ ହେଉଛି ‘Take It Down’ ଟୁଲ । ଏହି ଟୁଲ ସାହାଯ୍ୟରେ ପ୍ଲାଟଫର୍ମରେ ନ୍ୟୁଡ କଣ୍ଟେଣ୍ଟକୁ ସୁର୍କୁଲେଟ କରିବାରୁ ରୋକାଯାଇ ପାରିବ । ଏହି ଟୁଲକୁ ନ୍ୟାଶନାଲ ସେଣ୍ଟର ଫର ମିସିଂ ଆଣ୍ଡ ଏକ୍ସପ୍ଲେଇଡେଟ ଚିଲଡ୍ରେନ ଦ୍ୱାରା ଅପରେଟ କରାଯାଉଛି । ଏହି ଟୁଲକୁ ଲଞ୍ଚ କରିବାର ଉଦ୍ଦେଶ୍ୟ ସେକ୍ସର୍ଟଶନ ମାମଲାକୁ କମ କରିବା ଓ ଲୋକଙ୍କ ପ୍ରାଇଭେସିକୁ ସୁରକ୍ଷିତ ରଖିବା ।

ଏହି ଟୁଲ ସାହାଯ୍ୟରେ ଆଗରୁ ଅପଲୋଡ ହୋଇଥିବା ଫଟୋକୁ ବି ପ୍ଲାଟଫର୍ମରୁ ହଟାଇ ଦିଆଯାଇ ପାରିବ। ଏହାକୁ ଭାଇରାଲ କରିବାକୁ ରୋକାଯାଇ ପାରିବ । ସୋସିଆଲ ମିଡିଆରେ ନ୍ୟୁଡ କଣ୍ଟେଣ୍ଟ ଆଜିକାଲି ଖୁବ ବେଗ ରେ ସର୍କୁଲେଟ ହେଉଛି ଓ ଏହାପାଇଁ ଲୋକଙ୍କୁ ବ୍ଲାକମେଲ କରାଯାଉଛି । ଏସବୁ ଭୁଲ କାମ କୁ ରୋକିବା ପାଇଁ କମ୍ପାନୀ ପକ୍ଷ ରୁ ଏପରି କାମ କରାଯାଇଛି ।

ଭାରତରେ ଇଣ୍ଟରନେଟ ୟୁଜର୍ସଙ୍କ ସଂଖ୍ୟା ବହୁତ ଅଧିକ। ଏମାନଙ୍କ ମଧ୍ୟରୁ କିଛି ପ୍ରତିଶତ ୧୮ ବର୍ଷରୁ କମ ବୟସର । କୋଭିଡ ପରେ ଛୋଟ ପିଲାମାନେ ଅଧିକ ଇଣ୍ଟରନେଟର ବ୍ୟବହାର କରୁଥିବା ବେଳେ ଏମାନେ ସହଜରେ ଅନ୍ୟ ଜଣଙ୍କ ଜାଲରେ ଫସିଯାଉଛନ୍ତି। ପରେ ଫସାଇଥିବା ଲୋକେ ଏହାର ଫାଇଦା ଉଠାଉଛନ୍ତି । ହେଲେ ଏବେ ଏସବୁ ଉପରେ ରୋକ ଲାଗିବ ।

ଯଦି ଜଣେ ୟୁଜର୍ସ ‘Take It Down’ ଟୁଲ ସାହାଯ୍ୟରେ ଏକ ଫଟୋକୁ ରିପୋର୍ଟ କରନ୍ତି, ତେବେ ସେହି ଫଟୋର ଏକ ଡିଜିଟାଲ୍ ଫିଙ୍ଗର ପ୍ରିଣ୍ଟ ସୃଷ୍ଟି ହେବ ଯାହାକୁ #ହାସ୍ କୁହାଯାଏ ।ଏମିତି ରେ ଆପଣଙ୍କର ଫଟୋ କୋଡ୍ ରେ ପରିବର୍ତ୍ତନ ହେବ ଏବଂ ତା’ପରେ କେହି ଏହାକୁ ଦେଖି ପାରିବେ ନାହିଁ । ଏଥିରେ ଭଲ କଥା ହେଉଛି ଫଟୋ ଥରେ ରିପୋର୍ଟ ହେବା ପରେ ପ୍ଲାଟଫର୍ମରେ ଥିବା ସମାନ ଫଟୋ ଖୋଲିବ ନାହିଁ । ଏହାର ଅର୍ଥ ଏହା ବ୍ଲକ ହୋଇଯିବ । ଯଦି ଜଣେ ବ୍ୟକ୍ତି ସେହି ଫଟୋକୁ ପ୍ଲାଟଫର୍ମରେ ଅପଲୋଡ୍ କରିବାକୁ ଚେଷ୍ଟା କରନ୍ତି ତେବେ ତାହା ମଧ୍ୟ ହେବନି ।

ମେଟା କହିଛି ଯେ, ଏହା ଭାରତରେ ଚଳିତ ବର୍ଷ ଶେଷ ସୁଦ୍ଧା ହିନ୍ଦୀରେ ଲଞ୍ଚ ହେବ ଏବଂ ଆଗାମୀ ସମୟରେ ଏହା ଅନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ଉପଲବ୍ଧ ହେବ । ଏଥିରେ ଗୋଟିଏ ଲାଭ ହେଉଛି ଯେ, ଯଦି କେହି ଆପଣଙ୍କର କୌଣସି ଫୋଟୋ କୁ ସେଭ୍ କରନ୍ତି ଏବଂ ଏହାକୁ ଏଡିଟ୍ କରି ପ୍ଲାଟଫର୍ମରେ ଅପଲୋଡ୍ କରନ୍ତି, ତେବେ ସେହି କ୍ଷେତ୍ରରେ ଏହି ଫଟୋ ବ୍ଲକ ହେବନାହିଁ । କାରଣ ଏଥିରେ ସେହି ଫଟୋକୁ ନା ଚିହ୍ନିଛି ନା ବୁଝିଛି । ଏଥିପାଇଁ ଆପଣଙ୍କୁ ଏହି ଫଟୋକୁ ପୁନର୍ବାର ରିପୋର୍ଟ କରିବାକୁ ପଡିବ ଏବଂ ତା’ପରେ ଏହା ସର୍କୁଲେଟ ହେବ ନାହିଁ । ତେଣୁ ନିଜ ଆକାଉଣ୍ଟ ତଥା ପୋଷ୍ଟ କୁ ଅଧିକ ସୁରକ୍ଷିତ ରଖିବା ପାଇଁ ମେଟା ର ଏହି ପ୍ରୟାସ ସମସ୍ତଙ୍କୁ ଭଲ ଲାଗିବ ବୋଲି ଆଶା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.