ପୁଣି ଚୀନରେ କାୟା ମେଲାଉଛି କରୋନା, ଭୟଙ୍କର ରୂପ ଦେଖାଉଛି ଓମିକ୍ରନ୍‌ ଓ ଡେଲଟା

ନୂଆଦିଲ୍ଲୀ : ପୁଣି ଚୀନରେ କାୟା ମେଲାଉଛି କରୋନା । ଭୟଙ୍କର ରୂପ ଦେଖାଉଛି ଓମିକ୍ରନ୍‌ ଓ ଡେଲଟା । ବଢୁଛି ଦୈନିକ ସଂକ୍ରମଣ । ୩ ହଜାର ୪୫୦ କେସ ବାହାରିବା ପରେ ସାଂଘାଇରେ ଲକ୍‌ଡାଉନ୍‌ ଫେରିଛି । ୨କୋଟି ୬୦ ଲକ୍ଷ ଲୋକ ତାଲାବନ୍ଦ ଅବସ୍ଥାରେ ଅଛନ୍ତି । ଯାହାକି ଗତ ଦୁଇ ବର୍ଷରେ ସବୁଠୁ ବଡ ଲକଡାଉନ । ଅଧିକାଂଶ ଆକ୍ରାନ୍ତଙ୍କ ନିକଟରେ ଲକ୍ଷଣ ଦେଖାଯାଉ ନାହିଁ ।

ମହାମାରୀ ବ୍ୟାପିବା ଆଶଙ୍କାରେ କଟକଣା ବି କଡ଼ାକଡ଼ି ହୋଇଛି । ସାଂଘାଇରେ ସ୍କୁଲ ବନ୍ଦ । ତିନିଟି ପର୍ଯ୍ୟାୟରେ ଲୋକଙ୍କର ଟେଷ୍ଟିଂ କରାଯାଉଛି । ଅଣଅତ୍ୟାବଶ୍ୟକ କାରବାର ବନ୍ଦ ହୋଇଛି। ଚୀନର ଉତ୍ତର-ପୂର୍ବାଞ୍ଚଳର ପାଖାପାଖି ୧୮ଟି ପ୍ରଦେଶରେ ଏବେ ଓମିକ୍ରନ୍‌ ଓ ଡେଲଟା କେସ୍‌ ନିଆଁ ଭଳି ବ୍ୟାପୁଛି । ମାର୍ଚ୍ଚରେ ଚୀନରେ ୫୬ କରୋନା କେସ୍‌ ଚିହ୍ନଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.