ସ୍ତ୍ରୀକୁ ବୁଝାଇବାକୁ ଯାଇଥିଲେ, ଶ୍ୱଶୁର ଘର ଲୋକେ ପିଆଇଦେଲେ ଏସିଡ୍‌; ଛଟପଟ ହୋଇ ଚାଲିଗଲା ଜ୍ୱାଇଁର ଜୀବନ

ଅହମ୍ମଦାବାଦରେ ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା କରାଯାଇଛି। ଏଠାରେ ଜଣେ ଜ୍ୱାଇଁଙ୍କୁ ଏସିଡ୍‌ ପିଆଇ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ସ୍ତ୍ରୀ, ଶାଶୁ, ଶ୍ୱଶୁରଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଅହମ୍ମଦାବାଦରେ ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା କରାଯାଇଛି। ଏଠାରେ ଜଣେ ଜ୍ୱାଇଁଙ୍କୁ ଏସିଡ୍‌ ପିଆଇ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ସ୍ତ୍ରୀ, ଶାଶୁ, ଶ୍ୱଶୁରଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଶ୍ୱଶୁର ଘରେ ପୂର୍ବରୁ ମଧ୍ୟ ଜ୍ୱାଇଁ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଘଟଣା ଘଟିଛି ଅହମ୍ମଦାବାଦର ମଧୁପୁରା ଅଞ୍ଚଳରେ।

ଅଭିଯୋଗ ମୁତାବକ, ପ୍ରହ୍ଲାଦ ଭାଇ ଓ୍ଵାଘେଲା ନାମକ ବ୍ୟକ୍ତି ନିଜ ସ୍ତ୍ରୀକୁ ବାପଘରୁ ଫେରାଇ ଆଣିବା ପାଇଁ ଚାହୁଁଥିଲେ। କିନ୍ତୁ ସ୍ତ୍ରୀ ଆସିବାକୁ ଚାହୁଁ ନ ଥିଲେ। ଅଗଷ୍ଟ ୧୧ ତାରିଖ ରାତିରେ ପ୍ରହ୍ଲାଦ ସ୍ତ୍ରୀକୁ ବୁଝାଇବା ପାଇଁ ଶ୍ୱଶୁର ଘର ଯାଇଥିଲେ। ହେଲେ ସେଠାରେ ସ୍ୱାମୀକୁ ଦେଖି ସ୍ତ୍ରୀ ରାଗିଯାଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ସ୍ତ୍ରୀ, ଶାଶୁ, ଶ୍ୱଶୁର ଓ ଶଳା ମିଶି ପ୍ରହ୍ଲାଦଙ୍କୁ ଖୁବ୍‌ ମାଡ଼ ମାରିଥିଲେ।

ଏହାପରେ ସମସ୍ତେ ପ୍ରହ୍ଲାଦଙ୍କୁ ଘର ବାହାରକୁ ନେଇ ଏସିଡ୍‌ ପିଆଇ ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ପ୍ରହ୍ଲାଦଙ୍କୁ ହସ୍ପିଟାଲ ନେଇଯାଇଥିଲା। ହେଲେ ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ଶାରୀରିକ ଆଘାତ ଏବଂ ଏସିଡ୍‌ ପିଇବା କାରଣରୁ ମୃତ୍ୟୁ ଘଟିଥିବା ଦର୍ଶାଯାଇଛି।

ସୂଚନା ମୁତାବକ, ପ୍ରହ୍ଲାଦଙ୍କର ୨୦୧୦ରେ ଶିଳ୍ପାଙ୍କ ସହିତ ବିବାହ ହୋଇଥିଲା। ସେମାନଙ୍କର ଦୁଇ ଝିଅ ଅଛନ୍ତି। କୁହାଯାଉଛି କି, ଗତ ୧ ମାସ ହେବ ଶିଳ୍ପା ନିଜ ବାପଘରେ ରହୁଥିଲେ। ଏବେ ଜ୍ୱାଇଁଙ୍କୁ ହତ୍ୟା ପରେ ଶ୍ୱଶୁର ଘର ଲୋକେ ତାଲା ପକାଇ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.