Below header

ଏହି ଦେଶରେ ସ୍ତ୍ରୀଙ୍କୁ ବନ୍ଧକ ରଖି ବନ୍ଦ କୋଠରୀରେ କରାଯାଏ ଦୁଷ୍କର୍ମ, ପୁଣି ଘଟେ ଏମିତି ଘଟଣା

ପୋଲିସ ଏମିତି ଏକ ‘ବେବି ଫାକ୍ଟ୍ରି’ର ପର୍ଦ୍ଦାଫାଶ କରିଛି, ଯେଉଁଠି ସ୍ତ୍ରୀମାନଙ୍କୁ ବନ୍ଧକ ରଖି ସେମାନଙ୍କ ସହିତ ବଳାତ୍କାର କରାଯାଇଥାଏ। ଆଉ ଦୁଷ୍କର୍ମରୁ ଜନ୍ମିତ ପିଲାମାନଙ୍କୁ ବିକ୍ରି କରିଦିଆଯାଏ। ନାଇଜେରିଆ ଲାଗୋସ୍‌ର ଏହି ଘଟଣା ଏବେ ପଦାକୁ ଆସିଛି। ଶିଶୁପୁତ୍ରର ମୂଲ୍ୟ ପାଖାପାଖି ୮୭ ହଜାର ଟଙ୍କା ରହୁଥିବା ବେଳେ ଶିଶୁକନ୍ୟାଙ୍କୁ ୬୦ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା।

ପୋଲିସ ଲାଗୋସ୍‌ର ଏକ ୪ ମହଲା ବିଶିଷ୍ଟ ବିଲ୍ଡିଂରେ ଚଢ଼ାଉ କରିବା ପରେ ସେଠାରେ ବେବି ଫ୍ୟାକ୍ଟ୍ରି ଚାଲୁଥିବା ଜାଣିବାକୁ ପାଇଥିଲା। ଏଠାରେ ସ୍ତ୍ରୀମାନଙ୍କୁ ଅପହରଣ କରି ଅଣାଯାଉଥିଲା। ସେମାନଙ୍କ ସହ ଯୌନ ଉତ୍ପୀଡ଼ନ କରାଯାଉଥିଲା। ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପୋଲିସ ଏହି ଫ୍ୟାକ୍ଟ୍ରିରେ କାମ କରୁଥିବା ଅଣତାଲିମପ୍ରାପ୍ତ ଦୁଇଜଣ ନର୍ସଙ୍କୁ ଗିରଫ କରିଛି। ଏହାସହ ଗର୍ଭବତୀ ଥିବା ୧୯ଜଣ ସ୍ତ୍ରୀଙ୍କୁ ଉଦ୍ଧାର କରିଛି। ଆଉ ୪ଜଣ ଛୁଆଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି।

ଏହାସହ ପଢ଼ନ୍ତୁ: ଏଠି ବିବାହ ନ କଲେ ପୁରୁଷଙ୍କୁ ଦେବାକୁ ପଡୁଥିଲା ଟାକ୍ସ, କୁଆଁରା ରହିବା ଥିଲା ବଡ଼ ଅପରାଧ

ଉଦ୍ଧାର ହୋଇଥିବା ସମସ୍ତ ସ୍ତ୍ରୀଙ୍କ ବୟସ ୧୫ରୁ ୧୮ ବର୍ଷ। ତେବେ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ତାଙ୍କ ନାଁ ମେଡମ୍‌ ଓଲୁଚି। ସେ ୫ଟି ଛୁଆର ମା’। ଏଠାରେ ବନ୍ଧକ ରହୁଥିବା ଅଧିକାଂଶ ମା’ ସୁଦୂର ଅଞ୍ଚଳରୁ ଆସିଥିଲେ। ସେମାନଙ୍କୁ ଘରୋଇ କାମ କରିବା ପାଇଁ କୁହାଯାଇ ଏଠାକୁ ଅଣାଯାଇଥିଲା। ଏହି ସ୍ତ୍ରୀମାନଙ୍କୁ କୌଣସି ପଇସା ଦିଆଯାଉ ନ ଥିଲା। ଦିନେ ଜଣେ ବ୍ୟକ୍ତି ରାସ୍ତାରେ ଅନେକ ଗର୍ଭବତୀ ମହିଳାଙ୍କୁ ଦେଖିବାକୁ ପାଇଥିଲେ, ଯାହାଫଳରେ ତାଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ଆଉ ଏ ନେଇ ସେ ପୋଲିସକୁ ଖବର ଦେଇଥିଲେ। ଏହାପରେ ପୋଲିସ ବିଲ୍ଡିଂ ଉପରେ ଚଢ଼ାଉ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.