ମାତ୍ର ପାଞ୍ଚ ହଜାର ଟଙ୍କାରେ ବୁଲିଯାଆନ୍ତୁ ଏହି ତିନିଟି ଆକର୍ଷଣୀୟ ସ୍ଥାନ, ଅତିବାହିତ କରନ୍ତୁ ଖାସ୍‌ ସମୟ

ଆପଣଙ୍କୁ ବୁଲିବା ପସନ୍ଦ କି ? ଯଦି ଆପଣଙ୍କୁ ଏପରି କରିବା ପସନ୍ଦ କିନ୍ତୁ ଆପଣଙ୍କ ପାଖରେ ଖର୍ଚ୍ଚ କରିବାକୁ ନାହିଁ। ଏଥିପାଇଁ ପଛଘୁଞ୍ଚା ଦେଉଛନ୍ତି କି ? ସବୁବେଳେ ବଜେଟ ପାଇଁ ବୁଲିବା ପ୍ଲାନ କରିପାରୁନାହାନ୍ତି। କିନ୍ତୁ ଭାରତରେ ଏପରି କେତେକ ଜାଗା ରହିଛି, ଯେଉଁଠିକୁ ଯିବାକୁ ଆପଣଙ୍କୁ କେବଳ ପ୍ରସ୍ତୁତି ହେବାକୁ ପଡିବ। ସେଠାରେ ସୁନ୍ଦର ଜାଗା ସହିତ ସଂସ୍କୃତି, କଳା ଏବଂ ଖାଦ୍ୟର ଭରପୂର ମଜା ନେଇପାରିବେ। ଆଜି ଆପଣଙ୍କୁ ଏପରି ତିନିଟି ଜାଗା ରହିଛି, ଯେଉଁଠିକୁ ମାତ୍ର ୫ ହଜାର ଟଙ୍କାରେ ଭ୍ରମଣ କରିପାରିବେ।

mandarmani

ମନ୍ଦାରମଣି :

ପଶ୍ଚିମବଙ୍ଗର ଗଙ୍ଗା ନଦୀ କୂଳରେ ଅବସ୍ଥିତ ଏହି ଜାଗା ବାସ୍ତବରେ ବହୁତ ସୁନ୍ଦର। ଏଠାକୁ ଗଲେ ଆପଣଙ୍କ ସବୁ ଚିନ୍ତା ଦୂର ହୋଇଯିବ। ଏହା ଏକ ଆକର୍ଷଣୀୟ ବିଚ୍‌। ଯେଉଁଠାରେ ଅଧିକ ଭିଡ ନଥାଏ। ଆପଣ ମାତ୍ର ୬୦୦ ଟଙ୍କାରେ ଟ୍ରେନ ଯୋଗେ ଏଠାକୁ ଯାଇପାରିବେ।
କଲିକତା ଷ୍ଟେସନରୁ ବସ୍‌ ଯୋଗେ ଏଠାରେ ପହଞ୍ଚିପାରିବେ। ପ୍ରତି ବ୍ୟକ୍ତିକୁ ୧୪୦ ଟଙ୍କାରୁ ଆରମ୍ଭ ହୋଇଥାଏ। ମନ୍ଦାରମଣିରେ ରହିବା ପାଇଁ କେତେକ ହୋଟେଲ ଏବଂ ରିସୋର୍ଟ ରହିଛି। ଯେଉଁଠାରେ ରହିବାକୁ ହେଲେ ମାତ୍ର ୬୦୦ ଟଙ୍କା ଦେବାକୁ ପଡିଥାଏ। ଏଠାରେ ବୁଲିବା ପାଇଁ ନଭେମ୍ବରରୁ ଜାନୁଆରୀ ମଧ୍ୟରେ ଉତ୍କୃଷ୍ଟ ସମୟ ରହିଥାଏ।

mukteswar

ମୁକ୍ତେଶ୍ୱର :

ଯଦି ଆପଣଙ୍କୁ ଆଡଭେଞ୍ଚର ଭ୍ରମଣ ପସନ୍ଦ ଆସିଥାଏ। ତେବେ କେବଳ ଋଷିକେଶ ନୁହେଁ ମୁକ୍ତେଶ୍ୱର ମଧ୍ୟ ଯାଇପାରିବେ। ରକ୍‌ କ୍ଲାଇବିଂ, ରେପାଙ୍ଗ, କ୍ୟାମ୍ପିଂ, ପାରାଗ୍ଲାଇଡିଂ ଭଳି ରୋମାଞ୍ଚକ ଯାତ୍ରା ଏଠାରେ କରିପାରିବେ। ଏଠାରେ ପହଞ୍ଚିବା ପାଇଁ ସବୁଠାରୁ ଶସ୍ତା ହେଉଛି ଦିଲ୍ଲୀରୁ କାଠଗୋଦାମ ପର୍ଯ୍ୟନ୍ତ ଟ୍ରେନ କିମ୍ବା ବସ୍‌ ଯାତ୍ରା।

ଏହାସହ ପଢ଼ନ୍ତୁ ; ଓଜନ କମ୍‌ କରେ ଚିନାବାଦାମ, ପ୍ରତିଦିନ ଖାଆନ୍ତୁ ଏବଂ ପାଆନ୍ତୁ ଏହାର ଫାଇଦା

ଟ୍ରେନ ଏବଂ ବସ୍‌ରେ ଆପଣଙ୍କର ୭୦୦ ରୁ ୧୫୦୦ ଟଙ୍କା ଖର୍ଚ୍ଚ ହେବ। ଏଠିକାର ହୋଟେଲରେ ରହିବାକୁ ଆପଣଙ୍କୁ ପ୍ରତିରାତିକୁ ୫୦୦ଟଙ୍କା ଦେବାକୁ ପଡିବ। ଏଠାରେ ବୁଲିବା ପାଇଁ ସବୁଠାରୁ ଭଲ ସମୟ ଅକ୍ଟୋବରରୁ ଡିସେମ୍ବର କିମ୍ବା ମାର୍ଚ୍ଚରୁ ଜୁଲାଇ ପର୍ଯ୍ୟନ୍ତ ରହିଥାଏ।

dd

ଡାମନ ଏବଂ ଡିଉ :

ସୁନ୍ଦର ସମୁଦ୍ର ତଟ ସହିତ ଆକର୍ଷଣୀୟ ଦୃଶ୍ୟ ଆପଣଙ୍କୁ ଅନେକ ଆନନ୍ଦ ଦେବ। ଯଦି ଆପଣ ଦିଲ୍ଲୀରୁ ଟ୍ରେନ ଯୋଗେ ଏଠାକୁ ଯିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୬୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଗୁଜରାଟରୁ ବସ୍‌ ଯୋଗେ ଯିବାକୁ ହେଲେ ମାତ୍ର ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏଠାରେ ବୁଲିବାର ଉତ୍କୃଷ୍ଟ ସମୟ ଅକ୍ଟୋବର ରୁ ମାର୍ଚ୍ଚ ପର୍ଯ୍ୟନ୍ତ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.