ଗହମ ରପ୍ତାନି ଉପରେ ରୋକ୍ ଲଗାଇଲେ ଭାରତ ସରକାର

ନୂଆଦିଲ୍ଲୀ: ଗହମ ରପ୍ତାନି ଉପରେ ଲାଗିଲା ରୋକ । ଗହମ ରପ୍ତାନି ଉପରେ ରୋକ ଲଗାଇଲେ ଭାରତ ସରକାର । ହିଟ୍‌ୱେଭ ପାଇଁ ଗହମ ଉତ୍ପାଦନ ପ୍ରଭାବିତ ହୋଇଛି । ଗହମ ମୂଲ୍ୟ ମଧ୍ୟ ଘରୋଇ ବଜାରରେ ବୃଦ୍ଧି ପାଇଛି । ୟୁକ୍ରେନ ବିଶ୍ୱକୁ ଗହମ ଅଧିକ ରପ୍ତାନି କରିଥାଏ । ୟୁକ୍ରେନରେ ଯୁଦ୍ଧ ପାଇଁ ଗହମ ମୂଲ୍ୟ ବିଶ୍ୱ ବଜାରରେ ବଢ଼ିଛି ।

ଏବେ ଭାରତରେ ରପ୍ତାନି ବନ୍ଦ ନିଷ୍ପତ୍ତି ପରେ ବିଶ୍ୱରେ ଗହମ ମୂଲ୍ୟ ଅଧିକ ବଢ଼ିପାରେ । ଦେଶରେ ବର୍ଦ୍ଧିତ ଚାହିଦା ଉପଲକ୍ଷେ ରପ୍ତାନି ଉପରେ ଲାଗିଲା କଟକଣା । ତତ୍କାଳ ପ୍ରଭାବରେ କଟକଣା ଲାଗୁ ନେଇ ଡିଜିଏଫଟି ଜାରି କଲା ବିଜ୍ଞପ୍ତି । ଅନ୍ୟଦେଶର ସରକାରଙ୍କ ଅନୁରୋଧ ଆଧାରରେ ରପ୍ତାନିକୁ ମିଳିବ ଅନୁମତି। କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଅନୁମତି ନେଇ ହେବ ରପ୍ତାନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.