ଭାରତୀୟ କ୍ରିକେଟର ନମନ ଓଝାଙ୍କ ବାପାଙ୍କୁ ମିଳିଲା ଜାମିନ, ଲାଗିଥିଲା କୋଟି କୋଟି ଟଙ୍କା ହଡପ ଅଭିଯୋଗ

ବୈତୁଲ : ଟମ୍‌ ଇଣ୍ଡିଆର ପୂର୍ବ କ୍ରିକେଟର ନମନ ଓଝାଙ୍କ ପିତା ବିନୟ ଓଝାଙ୍କୁ ଗିରଫ କରି ପୋଲିସ କୋର୍ଟ ପଠାଇଥିଲା । ରିମାଣ୍ଡରେ ତାଙ୍କୁ ଜେଲ ପଠାଯାଇଥିଲା । ଏବେ ବିନୟ ଓଝାଙ୍କୁ ଜାମିନ ମିଳିଛି । ବିନୟଙ୍କ ଉପରେ କୃଷକଙ୍କ ନାମରେ କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ଲାଗିଥିଲା । ବିନୟ ମଧ୍ୟପ୍ରଦେଶର ବୈତୁଲରେ ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ରରେ ସହାୟକ ପ୍ରବନ୍ଧକ ପଦରେ କାର୍ଯ୍ୟରତ ଥିଲେ ।

୨୦୧୪ ମସିହାରେ କୃଷକଙ୍କ ନାମରେ କ୍ରେଡିଟ କାର୍ଡ ତିଆରି କରି କୋଟି କୋଟି ଟଙ୍କା ହଡପ କରିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ୫ ମୁଖ୍ୟ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା । ହେଲେ ବିନୟ ଓଝା ୮ ବର୍ଷ ପୂର୍ବରୁ ଫେରାର ଥିଲେ ।

ବିନୟଙ୍କୁ ମୁଲତାଇ ପୋଲିସ ସୋମବାର ଗିରଫ କରିଥିଲା ଓ ମଙ୍ଗଳବାର କୋର୍ଟରେ ହାଜର କରିଥିଲା । ଏଠାରୁ ତାଙ୍କୁ ଗୋଟିଏ ଦିନ ରିମାଣ୍ଡରେ ଜେଲ ପଠାଯାଇଥିଲା । ବିନୟଙ୍କ ପୁଅ ନମନ ଟିମ ଇଣ୍ଡିଆ ପାଇଁ କ୍ରିକେଟ ଖେଳିଛନ୍ତି । ୩୮ ବର୍ଷ ବୟସ୍କ ନମନ ଓଝା ୨୦୨୧ ମସିହା ୧୫ ଫେବ୍ରୁଆରୀରେ ଇଣ୍ଟରନେସନାଲ କ୍ରିକେଟରୁ ଅବସର ନେଇଥିଲେ । ବିନୟଙ୍କୁ ଏବେ ଜାମିନ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.