କରୋନା ଅପଡେଟ: ଗତ ୨୪ ଘଣ୍ଟାରେ ଦେଶରେ ୫୪ ହଜାର ୩୬୬ ନୂଆ ଆକ୍ରାନ୍ତ ଚିହ୍ନଟ, ୬୯୦ ମୃତ

ଗୁରୁବାର ଦେଶରେ କରୋନା ସଂକ୍ରମିତ ସଂଖ୍ୟା କିଛିଟା ବୃଦ୍ଧି ପାଇଥିବା ବେଳେ କିନ୍ତୁ ଗତ ୨୪ ଘଣ୍ଟା ଭିତରେ ଏହି ସଂଖ୍ୟାରେ କିଛିଟା ହ୍ରାସ ପାଇଥିବା ଲକ୍ଷ କରାଯାଇଛି । ଗତ ୨୪ ଘଣ୍ଟା ଭିତରେ ୫୪ ହଜାର ୩୬୬ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଯେବେକି ୬୯୦ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ସଂକ୍ରମିତ ସଂଖ୍ୟା ୭୭ ଲକ୍ଷ ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୭ ହଜାର ୩୦୬ରେ ପହଂଚିଛି । ଯଦି ମୋଟ ରୂପରେ ଦେଖାଯାଏ ତେବେ ୭୭ ଲକ୍ଷ ୬୧ ହଜାର ୩୨୨ ପାର ହୋଇଛି ସଂକ୍ରମିତ ସଂଖ୍ୟା ।

ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ଆଉ ଏକ ରିପୋର୍ଟ ଅନୁଯାୟୀ, ଦେଶରେ ସୁସ୍ଥ ସଂଖ୍ୟା ୬୯ ଲକ୍ଷ ପାର ହୋଇଛି । ଏଯାବତ ୬୯ ଲକ୍ଷ ୪୮ ହଜାର ୪୯୭ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ ଘଣ୍ଟା ଭିତରେ ୭୩ ହଜାର ୯୭୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ମନ୍ତ୍ରାଳୟ ଅନୁଯାୟୀ, ଗୋଟିଏ ଦିନ ଭିତରେ ସକ୍ରିୟ ମାମଲା ୨୦ ହଜାର ୩୦୩ ହ୍ରାସ ପାଇଛି । ଏହାକୁ ମିଶାଇ ୬ ଲକ୍ଷ ୯୫ ହଜାର ୫୦୯ ଛୁଇଁଛି ସଂକ୍ରମିତ ସଂଖ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.