ସମୁଦ୍ରରେ ଭାସିଯାଉଥିଲେ ବ୍ୟକ୍ତି, ହେଲିକ୍ୟାପ୍ଟର ସାହାଯ୍ୟରେ ରକ୍ଷା କରାଗଲା ଜୀବନ

ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ଭିଡିଓ ବହୁତ ଭାଇରାଲ ହେଉଛି, ଯିଏ କି ସମୁଦ୍ରରେ ବୁଡି ଯାଉଥିଲେ। କିନ୍ତୁ ଭାରତୀୟ ତଟରକ୍ଷକ ବଳର ଯବାନମାନେ ହେଲିକ୍ୟାପ୍ଟର ଜରୀଆରେ ତାଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ଭିଡିଓ ଏବେ ଏବେ ବହୁତ ଦ୍ରୁତଗତିରେ ଭାଇରାଲ ହେଉଛି।

ରିପୋର୍ଟ ଅନୁଯାୟୀ ବ୍ୟକ୍ତି ଜଣଙ୍କ ଗୋଆର କାବୋ ଡି ରାମା ସମୁଦ୍ରମୁହାଣରେ ବସିଥିଲେ। ଏହି ସମୟରେ ବାତ୍ୟା ‘ବାୟୁ’ର ପବନ କାରଣରୁ ସମୁଦ୍ରର ମଜବୁତ ଢ଼େଉରେ ସେ ଭାଷି ଯାଇ ବୁଡିଯାଉଥିଲେ। ଯେତେବେଳେ ତଟରକ୍ଷକ ବଳ ପାଖରେ ଏହି ଖବର ପହଁଚିଲା ତେବେ ତୁରନ୍ତ ସେହି ବ୍ୟକ୍ତିଙ୍କର ଜୀବନ ରକ୍ଷା କରିବା ପାଇଁ ହେଲିକ୍ୟାପ୍ଟର ପଠାଇଲେ। ଏହାପରେ ବ୍ୟକ୍ତିଙ୍କୁ ଏୟାରଲିଫ୍ଟ ଦ୍ବାରା ରକ୍ଷା କରାଗଲା।