୭୫ ବର୍ଷ ପରେ ଦେଖାହେଲେ ୯୭ ବର୍ଷୀୟ ପ୍ରେମିକ ଏବଂ ୯୨ ବର୍ଷୀୟା ପ୍ରେମିକା, ଆଉ ତାପରେ ନଜାରା ଥିଲା କିଛି ଏପରି . . . .

ଯଦି ୭୫ ବର୍ଷ ପରେ ଆପଣ ନିଜ ପ୍ରେମୀକୁ ଦେଖିବେ ତେବେ କେମିତି ଅନୁଭବ କରିବେ । ନିଶ୍ଚୟ ଭାବରେ ଏମିତି ଲାଗିବ କେହି ଆପଣଙ୍କ ଆତ୍ମା ଆପଣଙ୍କଠୁ ଛଡାଇ ନେଇଥିଲା ଆଉ ଏବେ ଫେରାଇ ଦେଇଛି । ଠିକ୍ ଏଭଳି କିଛି ନଜାରା ଦେଖିବାକୁ ମିଳିଥିଲା ଫ୍ରାନ୍ସରେ । ଯେଉଁଠି ଦୀର୍ଘ ଦଶନ୍ଧି ପରେ ମିଶିଥିଲେ ଅଲଗା ହୋଇଯାଇଥିବା ଦୁଇ ପ୍ରେମୀ ।

ପ୍ରେମର ଏହି କାହାଣୀ ୧୯୪୪ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର । ଯେତେବେଳେ ୨୪ ବର୍ଷୀୟ କେଟୀ ରୋବିନ୍ସ ପ୍ରଥମ ଥର ପାଇଁ ୧୮ ବର୍ଷୀୟ ଜେନିନ୍ ପିୟରସନଙ୍କ ସହ ଦେଖାହୋଇଥିଲେ। ପ୍ରଥମ ନଜରରେ ହିଁ ପରସ୍ପରକୁ ମନ ଦେଇବସିଥିଲେ ଉଭୟ । ତେବେ ରବିନ୍ସ ଆମେରିକାର ହୋଇଥିବା ବେଳେ ଜନିନ ଥିଲେ ଫ୍ରାନ୍ସର । ଯେହେତୁ ରବିନ୍ସ ଅମେରିକା ସେନାରେ ଥିଲେ ସେଥିପାଇଁ ତାଙ୍କୁ ଯୁଦ୍ଧ ଯୋଗୁଁ ପୂର୍ବ ମୋର୍ଚ୍ଚାକୁ ପଠାଇ ଦିଆଯାଇଥିଲା । ପରେ ଯେତେବେଳେ ଯୁଦ୍ଧ ଶେଷ ହେଲା ସମସ୍ତେ ନିଜ ନିଜ ଘରକୁ ଯାଇଥିଲେ । ରବିନ୍ ମଧ୍ୟ ନିଜ ଘର ଆମେରିକା ଚାଲି ଯାଇଥିଲେ ।

love storyହେଲେ ଅପେକ୍ଷା କରି ରହିଥିଲେ ଜେନିନ୍ । ଏପରିକି ରବିନ୍ସଙ୍କ ପ୍ରେମରେ ସେ ଇଂରାଜୀ ମଧ୍ୟ ଶିଖି ଯାଇଥିଲେ । ଆଉ ଭାବିଥିଲେ ରବିନ୍ସ ଫେରିଲେ ତାଙ୍କ ସହ ଇଂରାଜୀରେ କଥା ହେବେ । ହେଲେ କୌଣସି କାରଣବସତଃ ଫ୍ରାନ୍ସ ଫେରି ପାରିନଥିଲେ ରବିନ୍ସ । ପରେ ଉଭୟଙ୍କୁ ନୂଆ ସାଥୀ ମିଳିବା ପରେ ବିବାହ କରିନେଇଥିଲେ । ହେଲେ କେହି କାହାକୁ ମନରୁ ଭୁଲି ପାରିନଥିଲେ ।

ଏବେ ରବିନ୍ସ ଫ୍ରାନ୍ସ ଯିବା ପରେ ଏବେ ୭୫ ବର୍ଷର ଲମ୍ବା ଅନ୍ତରାଳରେ ଉଭୟ ପୁଣି ଥରେ ଦେଖାହୋଇଛନ୍ତି । ବର୍ତ୍ତମାନ ରବିନ୍ସଙ୍କ ବୟସ ୯୭ ହୋଇଥିବା ବେଳେ ଜେନିନଙ୍କ ବୟସ ହୋଇସାରିଛି ୯୨ । ୭୫ ବର୍ଷ ପରେ ଦେଖାହେବା ପରେ ଖୁବ୍ ଭାବୁକ ହୋଇଯାଇଥିଲେ ଉଭୟ । ଏହା ସହ ପରସ୍ପରକୁ ଆଲିଙ୍ଗନ କରି ସ୍ନେହ ମଧ୍ୟ କରିଥିଲେ । କିଛି ସମୟର ଦେଖା ପରେ ଜେନିନଙ୍କୁ ରବିନ୍ସ କହିଥିଲେ ଏବେ ମତେ ଯିବାକୁ ପଡିବ । ହେଲେ ଯିବା ପୂର୍ବରୁ ପୁଣିଥିରେ ଭେଟ ହେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଆଉ ଯିବେ ବେଳେ ଜେନିନଙ୍କୁ ରବନ୍ସ କହିଥିଲେ ଆଇ ଲଭ୍ ୟୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.