ନୋଟ ଭରା ଟ୍ରକରେ ଲାଗିଲା ନିଆଁ, ପାଉଁଶ ହେଲା କୋଟି କୋଟି ଟଙ୍କା

ଜାମ୍ମୁ କାଶ୍ମୀର ଅନ୍ତନନାଗ ଜିଲ୍ଲାରେ ନୋଟ ନେଇ ଯାଉଥିବା ଏକ ଟ୍ରକରେ ନିଆଁ ଲଗି ଯାଇ କୋଟି କୋଟି ଟଙ୍କାର ନୋଟ ପାଉଁଶ ହୋଇ ଯାଇଛି । ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏହି ଟଙ୍କା ନିର୍ବାଚନ ପ୍ରଚାର ପାଇଁ ଆସିଛି କି ନାହିଁ ଓ ଏହା ଯଦି ନିର୍ବାଚନ ପ୍ରଚାରରେ ଆସିଥାଏ ତାହା କେଉଁ ଦଳର ବୋଲି ତଦନ୍ତ ଚାଲିଛି । ଏହି ଘଟଣା ଅନନ୍ତ ନାଗ ଜିଲ୍ଳାର କାଜିଗୁଣ୍ଡ ଅଞ୍ଚଳର ରବିବାର ବିଳମ୍ବିତ ରାତିରେ ଘଟିଥିବାର ଜଣା ପଡିଛି  ।note truck fire

କୁହା ଯାଉଛି ଟ୍ରକଟି ଜାମ୍ମୁ ରୁ ଶ୍ରୀନଗର ଯାଉଥିଲା ,ଯେତେବେଳେ ଏହି ଘଟଣା ଘଟିଥିଲା ସେଠାରୁ କିଛି ଅଧାପୋଡା ୫୦୦ ଟଙ୍କିଆ ନୋଟ ଉଦ୍ଧାର କରାଯାଇଥିଲା ଯେହେତୁ ଆଗକୁ ନିର୍ବାଚନ ଅଛି ତେଣୁ ଏହି ଟଙ୍କା ବୋଝେଇ ଟ୍ରକଟି କୌଣସି ନା କୌଣସି ଦଳର ହୋଇଥିବ ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଏତେ ଗୁଡାଏ ତାଙ୍କ କେଉଁଠୁ ଆସୁଥିଲା ତାକୁ ନେଇ ପୋଲିସ ଛାନଭିନ ଚଳେଇଛି । ତେବେ  ନିର୍ବାଚନ କମିଶନ କିନ୍ତୁ ଏହି ଭଳି ଘଟଣାରେ ଆଲର୍ଟ ହୋଇଥିବାରୁ ଏପର୍ଯ୍ୟନ୍ତ ଦେଶବ୍ୟାପି ରାଜନେତାଙ୍କ ଠାରୁ ପାଖା ପାଖି ୬୦୦ କୋଟି ଟଙ୍କା ଜବତ କରାଯାଇଛି । ଯାହା ଭୋଟରଙ୍କୁ ପ୍ରଭାବିତ କରିବାକୁ ରାଜନେତାମାନେ ବ୍ୟବହାର କରୁଥିଲେ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.