ପୁଣି ଏକ ରେକର୍ଡ ସୃଷ୍ଟି କଲେ ଦୂତି ଚାନ୍ଦ, ୧୧.୨୬ ସେକେଣ୍ଡରେ ଶହେ ମିଟର ଦୌଡି ପହଂଚିଲେ ଫାଇନାଲରେ

ରେକର୍ଡ ପରେ ରେକର୍ଡ ଭାଙ୍ଗିଲେ ଦୌଡ଼ରାଣୀ ଦୂତି ଚାନ୍ଦ। ଶହେ ମିଟର ଦୌଡ଼ରେ ପୁଣି ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି । ଦୋହା ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ୧୧.୨୬ ସେକେଣ୍ଡରେ ଶହେ ମିଟର ଅତିକ୍ରମ କରି ଦୂତି ଚାନ୍ଦ ଭାଙ୍ଗିଛନ୍ତି ନିଜର ପୁରୁଣା ରେକର୍ଡ । ଗତକାଲି ୧୧.୨୮ ସେକେଣ୍ଡରେ ଶହେ ମିଟର ଅତିକ୍ରମ କରିଥିଲେ ଦୂତି । ଗତବର୍ଷ ଗୁଆହାଟୀରେ ୧୧.୨୯ ସେକେଣ୍ଡରେ ଶହେ ମିଟର ଅତିକ୍ରମ କରି ରେକର୍ଡ ସୃଷ୍ଟି କରିଥିଲେ। ଏଥିସହ ଦୋହାର ଖଲିଫା ଇଣ୍ଟନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ୨୩ ତମ ଏସିଆନ ଆଥଲେଟିକ୍ସ ଚାମ୍ପିଅନ୍‌ସିପର ୧୦୦ ମିଟର ଫାଇନାଲରେ ପ୍ରବେଶ କରିଛନ୍ତି ଦୌଡରାଣୀ ଦୂତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.