କୋଭିଡ-୧୯ ଟେଷ୍ଟ କିଟ୍‌ ବିବାଦ, ଚୀନ ସହିତ ହୋଇଥିବା ଚୁକ୍ତିକୁ ବାତିଲ କଲେ ଭାରତ ସରକାର

ସମଗ୍ର ଦେଶ କରୋନା ମହାମାରୀକୁ ନେଇ ଚିନ୍ତିତ ରହିଥିବା ବେଳେ କିନ୍ତୁ ଚୀନ ତା’ର ଘୃଣ୍ୟ କାର୍ଯ୍ୟରୁ ବାଦ୍‌ ଆସିନାହିଁ। ଚୀନର ଊହାନ ସହରରୁ ବ୍ୟାପୀଥିବା ଏହି ଭାଇରସ ଆଜି ସମଗ୍ର ବିଶ୍ୱକୁ କବଳିତ କରିଛି। ଏହି ଭାଇରସ ସଂକ୍ରମଣରୁ ବଞ୍ଚିବା ପାଇଁ ଭାରତ ଚୀନ୍ରୁ ପ୍ରାୟ ୬ ଲକ୍ଷ ରାପିଡ ଏଣ୍ଟିବଡି ଟେଷ୍ଟ୍ କିଟ୍ କିଣିଥିବା ବେଳେ ଏବେ ଏହାକୁ ନେଇ ବଡ଼ ଧରଣର ବିବାଦ ଆରମ୍ଭ ହୋଇଯାଇଛି।

china

ମିଳିଥିବା ସୂଚନାନୁଯାୟୀ, ରିଅଲ୍ ମେଟାବଲିକ୍ସ ନାମକ ଭାରତୀୟ ବିତରକ ଦ୍ବାରା ସରକାରଙ୍କୁ ବର୍ଦ୍ଧିତ ମୂଲ୍ୟରେ ଟେଷ୍ଟ କିଟ୍ ବିକ୍ରି କରାଯାଇଛି। ରାପିଡ୍ ଏଣ୍ଟିବଡି ଟେଷ୍ଟିଂ ପାଇଁ ରାଜ୍ୟମାନଙ୍କୁ ଯେଉଁ କିଟ୍ ଦିଆଯାଇଥିଲା ତାହା ଫେରାଇ ଦେବା ପାଇଁ ଆଜି ଆଇସିଏମ୍ଆର (ଇଣ୍ଡିଆନ କାଉନସିଲ୍ ଫର ମେଡିକାଲ ରିସର୍ଚ୍ଚ) ପକ୍ଷରୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରାପିଡ୍ ଏଣ୍ଟିବଡି ଟେଷ୍ଟ୍ କିଟର ଫଳ ସନ୍ତୋଷଜନକ ହୋଇନଥିବାରୁ ଆଇସିଏମ୍ଆର ଏହି କିଟ୍ ଫେରାଇ ଦେବାପାଇଁ କହିଛି। ଆଇସିଏମ୍ଆର ପକ୍ଷରୁ କୁହାଯାଇଛି ଯେ, ରାପିଡ୍ ଏଣ୍ଟିବଡି ଟେଷ୍ଟରେ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି।

COVD

କେନ୍ଦ୍ର ସରକାର ଚୀନ୍ କମ୍ପାନି ୱଣ୍ଡଫୋ ବାୟୋଟେକ୍ ଏବଂ ଲିଭ୍ଜନ୍ ଡାଇଗ୍ନୋଷ୍ଟିକ୍ଠାରୁ ୫ ଲକ୍ଷ ଟେଷ୍ଟ୍ କିଟ୍ କିଣିଥିଲେ। ଏହି କିଟ୍ଗୁଡ଼ିକୁ ରାଜ୍ୟମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ଅନେକ ରାଜ୍ୟ ଏହି ଟେଷ୍ଟ୍ କିଟ୍ ଠିକ୍ ନଥିବା ଅଭିଯୋଗ କରିବାପରେ ଆଇସିଏମ୍ଆର ରାଜ୍ୟମାନଙ୍କୁ ଏହି କିଟରେ ଟେଷ୍ଟ୍ ବନ୍ଦ କରିବାକୁ କହିଥିଲା ଏବଂ କିଟ୍କୁ ନେଇ ବ୍ୟାପକ ପରୀକ୍ଷଣ ଚାଲିଥିଲା। ଭାରତ ସରକାର ମଧ୍ୟ ଏହି କିଟ୍ ପାଇଁ ଚୀନ ସହିତ ହୋଇଥିବା ଚୁକ୍ତିକୁ ବାତିଲ କରିବା ସହିତ ଏଗୁଡ଼ିକୁ ଫେରାଇଦେବାକୁ ସ୍ଥିର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.