Below header

ଲକ ଡାଉନ ପ୍ରଭାବ: ହାଇଦ୍ରାବାଦରୁ ନିଜ ଭିଟାମାଟିକୁ ଚାଲି ଚାଲି ଫେରିଲେ ଯୁବକ

ଯାଜପୁର: ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଲକଡାଉନ କଟକଣା । ଚାଲି ଚାଲି ହାଇଦ୍ରାବାଦରୁ ଯାଜପୁର ପହଞ୍ଚିଲେ  ଯୁବକ । ଯୁବକ ଜଣଙ୍କ ହେଉଛନ୍ତି ମଙ୍ଗଳପୁର ଥାନା ପାଟପୁର ଗାଁର ମୂଳ ବାସିନ୍ଦା ରମାକାନ୍ତ ଜେନା । ସେ ହାଇଦ୍ରାବାଦର ଏକ ହୋଟେଲରେ କାମ କରୁଥିଲେ । ଲକ୍‌ଡାଉନ ଯୋଗୁଁ ହୋଟେଲ ବନ୍ଦ ହୋଇଗଲା । ପାଖରେ ଯେତିକି ପଇସା ଥିଲା ସରିଯିବା ପରେ କିଛି ଦିନ ଭୋକ ଉପାସରେ କାଟିଲେ ।

ଏହାପରେ ସେ ହାଇଦ୍ରାବାଦ ରାମନଗର ଅଞ୍ଚଳରୁ ନିଜ ଭିଟାମାଟି ଅଭିମୁଖେ ପାଦରେ ଚାଲି ଚାଲି ବାହାରିଥିଲେ । ରମାକାନ୍ତ ଯାଜପୁରରେ ପହଞ୍ଚିଲା ପରେ ତାଙ୍କର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରଥମିକ ଚିକିତ୍ସା କରାଯାଇଥିଲା । ତାଙ୍କୁ ଏବେ କ୍ୱାରେଣ୍ଟାଇନରେ ରଖାଯାଇଛି । ତେବେ ସେ ଆସିବା ବାଟରେ ବିଭିନ୍ନ ସ୍ଥାନରେ ଆମ୍ବୁଲାନ୍‌ସ ଓ  ଅନ୍ୟାନ ମାଲ ବୋଝେଇ ଗାଡିରେ ମଧ୍ୟ କିଛି ବାଟ ଆସିଥିଲେ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.