ହ୍ୟାଣ୍ଡ ସାନିଟାଇଜରକୁ ନେଇ ପୁଣି ଚେତାବନୀ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, କହିଲେ- ସାନିଟାଇଜର ବଦଳରେ କରନ୍ତୁ ଏହି କାମ

କରୋନା ସଂକ୍ରମଣରୁ ମୁକ୍ତି ପାଇଁ ହ୍ୟାଣ୍ଡ ସାନିଟାଇଜର ସବୁଠୁ ଉତ୍ତମ। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆମେରିକାର ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରୋବେଶନ୍‌ ତରଫରୁ କରୋନାରୁ ମୁକ୍ତି ପାଇଁ ବାରମ୍ବାର ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଏବେ ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଅଧିକ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି। ଆସନ୍ତୁ ଜାଣିବା କ’ଣ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

Coronavirus in India: How the Covid-19 pandemic affects India

-ଭାରତରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ ଘରେ ରହିବା ବେଳେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ବଦଳରେ ହାତକୁ ସାବୁନ ପାଣିରେ ଧୁଅନ୍ତୁ।

-ପରିବାରରେ ଏକାଠି ରହିଲେ ମଧ୍ୟ ଯେତେ ସମ୍ଭବ ହେଉଛି ଶାରୀରିକ ଦୂରତା ବଜାୟ ରଖନ୍ତୁ। ଘରୁ ବାହାରକୁ ଯାଉଥିଲେ କିମ୍ବା କେହି ଘରକୁ ଆସୁଥିଲେ ସୁରକ୍ଷା ଦୃଷ୍ଟିରୁ ମାସ୍କ ପିନ୍ଧନ୍ତୁ।

-ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି କଥାକୁ ହେଲ୍‌ଥ ଏକ୍ସପର୍ଟ ମଧ୍ୟ ସମର୍ଥନ କରିଛନ୍ତି। ଅଧିକ ସାନିଟାଇଜର ବ୍ୟବହାର କରି ତ୍ୱଚା ଉପରେ କୁପ୍ରଭାବ ପକାଇଥାଏ।

Food industry helps produce hand sanitizer, medical equipment ...

-ଏଣୁ ଯେଉଁମାନଙ୍କ ସ୍କିନ୍‌ ଅଧିକ ସେନ୍‌ସେଟିଭ୍‌ ସେମାନଙ୍କୁ ସାନିଟାଇଜର ବ୍ୟବହାର କରିବାକୁ ମନା କରାଯାଇଛି।

-ଯଦି ବାହାରେ ବି ସମ୍ଭବ ହେଉଛି ତେବେ ହ୍ୟାଣ୍ଡ ଓ୍ଵାଶ୍‌ ବ୍ୟବହାର କରନ୍ତୁ।

-କେବଳ ପାଣି ନଥିବା ସ୍ଥାନରେ ହିଁ ସାନିଟାଇଜର ବ୍ୟବହାର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.