ଚାକିରି ଚାଲିଯିବାରୁ ପରିବା ବିକିବାକୁ ବାଧ୍ୟ ହେଲେ ଏହି ସଫ୍ଟୱେୟାର ଇଞ୍ଜିନିୟର, ଜାଣିବା ପରେ ନିଯୁକ୍ତି ଦେଲେ ସୋନୁ ସୁଦ୍‌

କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଏବେ କେବଳ ଶ୍ରମିକଙ୍କ ପାଇଁ ନୁହେଁ ବରଂ ପ୍ରତିଟି ଅସହାୟଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସୋନୁ ଏବେ ହାଇଦ୍ରାବାଦର ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ସାହାଯ୍ୟ କରିଛନ୍ତି। କରୋନା ଯୋଗୁ ଉକ୍ତ ଯୁବତୀ ଚାକିରି ହରାଇଥିଲେ। ଫଳରେ ବାଧ୍ୟ ହୋଇ ପରିବା ବିକ୍ରି କରିବା ଆରମ୍ଭ କରିଦେଇଥିଲେ। ଏନେଇ ସୋନୁ ଜାଣିବା ପରେ ତାଙ୍କ ଇଣ୍ଟରଭ୍ୟୁ ନେଇଥିଲେ ଓ ଏବେ ଜବ୍‌ ଲେଟର ପଠାଇଛନ୍ତି।

Techie Sells Veggies: கம்ப்யூட்டர் ...

ସଫ୍ଟୱେୟାର ଇଞ୍ଜିନିୟର ଶାରଦା ନିଜେ ଟ୍ଵିଟରରେ ଏକ ଭିଡିଓ ସେୟାର କରି ଏନେଇ ସୂଚନା ଦେଇଛନ୍ତି। ଭିଡିଓରେ ଯୁବତୀ ଜଣକ କହିଛନ୍ତି ଯେ ଲକ୍‌ଡାଉନ୍‌ ଯୋଗୁ ତାଙ୍କ ଚାକିରି ଚାଲିଯାଇଥିଲା। ଏଣୁ ବାଧ୍ୟ ହୋଇ ସେ ପରିବା ବିକ୍ରି କରୁଥିଲେ। ଜଣେ ୟୁଜର ସୋନୁ ସୁଦ୍‌ଙ୍କୁ ଟ୍ୟାଗ୍‌ କରି ତାଙ୍କ ଦୂରାବସ୍ଥା ବିଷୟରେ କହିଥିଲେ। ଏଥିସହ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ।

Software Engineer lost job due to Coronavirus, Started selling ...

ସୋନୁ ମଧ୍ୟ ଏହି ଅନୁରୋଧର ଉତ୍ତର ଦେଇ ଲେଖିଛନ୍ତି ‘ମୋ ଅଧିକାରୀ ତାଙ୍କୁ ଭେଟିଛନ୍ତି। ଇଣ୍ଟରଭ୍ୟୁ ହୋଇସାରିଛି। ଚାକିରି ପାଇଁ ଚିଠି ମଧ୍ୟ ପଠାସରିଛି। ଜୟ ହିନ୍ଦ୍‌।’

ତେବେ ସୋନୁ ସୁଦ୍‌ ଏହି ସାହାଯ୍ୟ କରିବା ପରେ ଲୋକଙ୍କ ମନରେ ତାଙ୍କ ପ୍ରତି ସମ୍ମାନ ଆହୁରି ବଢ଼ିଯାଇଛି। ଏବେ ଲୋକମାନେ ବିପଦରେ ପଡ଼ିଲେ ଧୈର୍ଯ୍ୟହରା ନ ହୋଇ ସୋନୁଙ୍କୁ ମେସେଜ୍‌ କରୁଥିବା ଦେଖିବାକୁ ମିଳିଛି।