Below header

ନେଦରଲ୍ୟାଣ୍ଡରେ ଆମେରିକାର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହେଲେ ଭାରତୀୟ ବଂଶୋଦ୍ଭବ ଶେଫାଳି ରାଜଦାନ

ପୁଣି ଥରେ ବିଦେଶ ମାଟିରେ ଭାରତର ନାଁ ଉଚ୍ଚ କଲେ ଜଣେ ଭାରତୀୟ ବଂଶୋଦ୍ଭବ । ଭାରତୀୟ ବଂଶୋଦ୍ଭବ ମହିଳା ଶେଫାଳି ରାଜଦାନ ନେଦରଲ୍ୟାଣ୍ଡରେ ଯୁକ୍ତରାଷ୍ଟ୍ର ଆମେରିକାର ନୂଆ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନର ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ ଶେଫାଳି ରାଜଦାନଙ୍କୁ ନେଦରଲ୍ୟାଣ୍ଡ ରାଷ୍ଟ୍ରଦୂତ ଭାବେ ମନୋନୀତ କରିଛନ୍ତି । ଏନେଇ ହ୍ୱାଇଟ ହାଉସରୁ ବିଧିବଦ୍ଧ ବିଜ୍ଞାପତି ପ୍ରକାଶ ପାଇଛି ।

କହିରଖିବା ଉଚିତ ହେବଯେ ଶେଫାଳି ହେଉଛନ୍ତି ଜାମ୍ମୁ କାଶ୍ମୀରର ମୂଳ ବାସିନ୍ଦା । ତାଙ୍କୁ ଏବେ ୫୦ ବର୍ଷ ବୟସ ହୋଇଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେ ଦୀର୍ଘ ବର୍ଷ ହେବ ସେ ଆମେରିକାରେ ବାସ କରିଆସୁଛନ୍ତି । ନ୍ୟୁ ୟର୍କରେ, ଚିକାଗୋ, ବୋଷ୍ଟନରେ ସହରରୁ ଶିକ୍ଷା ପ୍ରାପ୍ତ କରିଛନ୍ତି । ସେ ବହୁବାର ବିଭିନ୍ନ ନାଗରିକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

ଅନେକ ବର୍ଷ ହେବ ସେ ମହିଳାଙ୍କ ଅଧିକାର ସମେତ ମାନବାଧିକାର ସୁରକ୍ଷା ନିମନ୍ତେ କାର୍ଯ୍ୟ କରି ଆସୁଛନ୍ତି । ସେ ବର୍ତ୍ତମାନ ଆମେରିକାର ହୋଲୋକାଷ୍ଟ ମେମୋରିଆଲ ମ୍ୟୁଜିୟମ କାଉନସିଲରେ କାର୍ଯ୍ୟରତ ଥିବାବେଳେ ବର୍ତ୍ତମାନ ପାଶ୍ଚାତ୍ୟ ଜୋନାଲ କାଉନସିଲର ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏହାବାଦ ସେ ସାନ ଫ୍ରାନ୍ସିସ୍କୋ କମିଟିର ହ୍ୟୁମାନ୍ ରାଇଟ୍ସର ସଦସ୍ୟ ଥିବା ସହ ୱାକ ଫରେଷ୍ଟ ୟୁନିଭରସିଟି ଲିଡରସିପ୍ ଏବଂ କ୍ୟାରେକ୍ଟର କାଉନସିଲର ମଧ୍ୟ କାର୍ଯ୍ୟକର୍ତ୍ତା ଅଛନ୍ତି। ସୁଚନା ଦେବା ଉଚିତ ହେବକି ବାଇଡେନ କ୍ଷମତାକୁ ଆସିବା ପୂର୍ବରୁ ଶେଫାଳୀ ୨୦୦୮ ମସିହାରେ ବାରାକ ଓବାମାଙ୍କ ଦ୍ୱାରା ହୋଇଥିବା ରାଷ୍ଟ୍ରପତି ଅଭିଯାନରେ ସକ୍ରିୟ ଥିଲେ। ଏହାବାଦ ସେ ହିଲାରୀ କ୍ଲିଣ୍ଟନଙ୍କ ରାଷ୍ଟ୍ରପତି ଅଭିଯାନରେ ମଧ୍ୟ ଜଡିତ ଥିଲେ। ଯେଉଁଠାରେ ସେ ହିଲାରୀଙ୍କ ଅଭିଯାନର ଉତ୍ତର କାଲିଫର୍ନିଆ ପରିଚାଳନା କମିଟି ଏବଂ ହିଲାରୀ କମିଟିର ମଧ୍ୟ ମହିଳା ସଦସ୍ୟ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.