Below header

ସାମ୍ନାକୁ ଆସିଗଲା ତାରିଖ, ଏହି ଡେଟରେ ହାତକୁ ଦି ହାତ ହେବେ ରଣବୀର କପୁର-ଆଲିଆ ଭଟ୍ଟ

ଆଲିଆ ଭଟ୍ଟ ବର୍ତ୍ତମାନ ନିକଟରେ ରିଲିଜ୍‌ ହୋଇଥିବା ତାଙ୍କର ଫିଲ୍ମ‘ଗାଙ୍ଗୁବାଇ କାଠିଆୱାଡି’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଆଉ ଏହାରି ମଧ୍ୟରେ ପୁଣି ଥରେ ପ୍ରେମିକ ରଣବୀର କପୁରଙ୍କ ସହ ତାଙ୍କ ବିବାହକୁ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏହା ବୋଧହୁଏ ୯ ଥର ହେବ ଯେଉଁଥିରେ ଆପଣ ଶୁଣୁଛନ୍ତି ଯେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏବେ ଦୁହିଁଙ୍କର ବିବାହକୁ ନେଇ ନୂଆ ଡେଟ୍‌ ସାମ୍ନାକୁ ଆସିଛି। କୁହାଯାଉଛି ଯେ କପଲ ଚଳିତ ବର୍ଷ ଅକ୍ଟୋବରରେ ସାତ ଜନ୍ମର ସାଥି ହେବାକୁ ଯାଉଛନ୍ତି। ଏହି ଖବର ଶୁଣିବା ମାତ୍ରେ ପ୍ରଶଂସକମାନେ ଉତ୍ସାହର ସହିତ ସେମାନଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏହି ଦୁଇ କଳାକାରଙ୍କ ଠାରୁ କୌଣସି ପ୍ରକାରର ଅଫିସିଆଲ୍ ଘୋଷଣା କରାଯାଇ ନାହିଁ । ଏବେ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଦୁହିଁଙ୍କ ବିବାହ ତାରିଖର ଖବର ସାମ୍ନାକୁ ଆସିଛି।

ପୂର୍ବରୁ ଖବର ଆସିଥିଲା ଯେ ଏହି ଲଭବାର୍ଡ ଡିସେମ୍ବର ୨୦୨୨ରେ ବିବାହ କରିବେ। କିନ୍ତୁ ବର୍ତ୍ତମାନ ଖବର ଶୁଣିବାକୁ ମିଳୁଛି କି ଅକ୍ଟୋବର ୨୦୨୨ରେ ରଣବୀର-ଆଲିଆଙ୍କର ହାତଗଣ୍ଠି ପଡିବ । ଏହାକୁ ପୁଣି କପୁର ଏବଂ ଭଟ୍ଟ ପରିବାର ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଆଲିଆ ଏବଂ ରଣବୀରଙ୍କ ବିବାହକୁ ନେଇ ତାରିଖ କାହିଁକି ଆଗ ପଛ ହେଉଛି ତାହା ପ୍ରକୃତରେ କେହି ଜାଣନ୍ତି ନାହିଁ। କିନ୍ତୁ ପାଲି ହିଲରେ କୃଷ୍ଣ ରାଜଙ୍କ ରିନୋଭେସନ୍ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହା ଅତି କମରେ ଆହୁରି ୧୮ ମାସ ସମୟ ଲାଗିପାରେ। ଯାହା ଦ୍ୱାରା କେହି ରହିବାକୁ ପ୍ରତ୍ୟେକ ଉପାୟରେ ପ୍ରସ୍ତୁତ ହୋଇପାରିବେ।

ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ସାଥିରେ ନଜର ଆସିବେ ଆଲିଆ-ରଣବୀର

ଓ୍ଵାର୍କ ଫ୍ରଣ୍ଟ ବିଷୟରେ କହିବା ତ ଆଲିଆ ଏବଂ ରଣବୀର ପ୍ରଥମ ଥର ଅୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ସାଥିରେ ନଜର ଆସିବେ। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଡିମ୍ପଲ କାପାଡିଆ, ନାଗାର୍ଜୁନ ଅକ୍କିନେନୀ ଏବଂ ମୌନି ରାୟ ମଧ୍ୟ ନଜର ଆସିବେ।

ଏହାସହ ପଢ଼ନ୍ତୁ : ଜନ୍ମ ହଉ ହଉ ପୁଷ୍ପାର ଝୁକେଗା ‘ନେହିଁ ଆକ୍ସନ କଲା ନବଜାତ ଶିଶୁ, ଦେଖନ୍ତୁ ଆକ୍ଟିଙ୍ଗ ଦେଖିଲେ ଆପଣ ବି ହୋଇଯିବେ…

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.