ୟୁକ୍ରେନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀ ଆଡଭାଇଜରୀ: ଖାରକିଭ୍ ସହର ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ

କେନ୍ୟୁଜ୍(ବ୍ୟୁରୋ): ୟୁକ୍ରେନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀ ଆଡଭାଇଜରୀ । ଯୁଦ୍ଧ ସ୍ଥିତିକୁ ଦେଖି ତୁରନ୍ତ ଖାରକିଭ୍ ସହର ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ । ତୁରନ୍ତ ୩ଟି ସ୍ଥାନ ପେସୋଚୀନ୍, ବାବାୟେ, ବେଜଲ୍ୟୁ – ଡୋଭକାକୁ ଚାଲିଯିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି । ୟୁକ୍ରେନ୍ ସମୟ ସନ୍ଧ୍ୟା ୬ଟା ସୁଦ୍ଧା ପହଞ୍ଚିବାକୁ ପରାମର୍ଶ ।
କିଭ୍ ପରେ ଖାରକିଭକୁ ଟାର୍ଗେଟ । ଖାରକିଭ ପୋଲିସ ମୁଖ୍ୟାଳୟ ଉପରେ ରୁଷର ରକେଟ ମାଡ଼। ରକେଟ ମାଡ଼ରେ ଖାରକିଭ ପୋଲିସ ମୁଖ୍ୟାଳୟ କୋଠା ଧ୍ୱସ୍ତବିଧ୍ୱସ୍ତ। ଖାରକିଭ୍ରେ ପ୍ରଚଣ୍ଡ ବିସ୍ଫୋରଣ । ୟୁକ୍ରେନର ଦ୍ୱିତୀୟ ବୃହତ ସହର ଖାରକିଭରେ ଶକ୍ତିଶାଳୀ ବିସ୍ଫୋରଣ । ରୁଷ ସେନା ଆଗକୁ ବଢୁଥିବା ବେଳେ ପ୍ରତିହତ କରୁଛି ୟୁକ୍ରେନ ସେନା । ଋଷ ସେନା ଗୁଳିମାଡ଼ରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୨ ଜଣ ଆହତ ହୋଇଛନ୍ତି। ଖାରକିଭ୍ରେ ପୂର୍ବରୁ ରୁଷ କେବଳ ଏୟାରଷ୍ଟ୍ରାଇକ କରୁଥିଲା । ଏବେ ଖାରକିଭରେ ଓହ୍ଲାଇଛି ଏୟାରଫୋର୍ସ । ପାରାଚୁଟରେ ଓହ୍ଲାଇ ଖାରକିଭରେ ଥିବା ଏକ ମିଲିଟାରୀ ମେଡିକାଲ ସେଣ୍ଟର ଉପରେ ଆକ୍ରମଣ କରିଛି ଋଷ ସେନା। ଆବାସିକ ଅଞ୍ଚଳରେ ବି ଆକ୍ରମଣ ହେଉଛି । ଋଷ ସେନା ଓ ୟୁକ୍ରେନ ସେନା ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି। ଖେରସନକୁ ରୁଷ ସେନା ସଂପୂର୍ଣ୍ଣ ଭାବେ ଘେରି ରହିଛନ୍ତି । ଏହାକୁ ନିଜ କବଜାକୁ ରୁଷ ନେଇଥିବା ଦାବି କରିଛି । ୟୁକ୍ରେନକୁ ଚାରିପଟୁ ଆକ୍ରମଣ କରୁଛି ଋଷ। ଏୟାରଷ୍ଟ୍ରାଇକ, ମିସାଇଲ ଆଟାକ ପରେ ଧୀରେ ସହର ମଧ୍ୟକୁ ପଶୁଛନ୍ତି ସେନା। ସମି ଅଞ୍ଚଳରେ ଜାରି ରହିଛି ଗୁଳିମାଡ଼। ରାସ୍ତାରେ ଚାଲିଛି ୟୁକ୍ରେନ-ଋଷ ସେନାଙ୍କ ଫାଇଟ।