ମାନସିକ ଭାରସାମ୍ୟ ହରାଇ ଥିବା କଟକ ବାଲିକୁଦା ଅଞ୍ଚଳର ୮୪ ବର୍ଷ ବ୍ୟକ୍ତି ଉଦ୍ଧାର

କୋଲକାତା (କେନ୍ୟୁଜ୍) : କେବେଠାରୁ ଚାକିରି ଖୋଜି କୋଲକାତା ଚାଲି ଆସିଥିଲେ। ଗତ ଛଅ ଦିନ ଧରି ସେ ଭୋକ ଉପାସରେ ଇଆଡ଼େ ସିଆଡ଼େ ଘୂରି ବୁଲୁଥିବା ବେଳେ ହାଓଡ଼ାର ନବଜୀବନ ମିଶନାରୀର ବ୍ରଦର ସଜନଙ୍କ ଦୃଷ୍ଟିରେ ପଡ଼ିଲା ତାଙ୍କ ଉପରେ। ପରେ ବାଣ୍ଟରା ଥାନାର ସହଯୋଗରେ ମିଶନାରୀ ଅଫ ଚାରିଟିରେ ତାଙ୍କୁ ରଖା ଯାଇଥିଲା। ସେ ହେଉଛନ୍ତି ମାନସିକ ଭାରସାମ୍ୟ ହରାଇ ଥିବା କଟକ ବାଲିକୁଦା ଅଞ୍ଚଳର ୮୪ ବର୍ଷ ବୟସ୍କ ବ୍ୟକ୍ତି କୃଷ୍ଣ ଚନ୍ଦ୍ର ଦାସ ।

ନିରୁଦ୍ଦିଷ୍ଟମାନଙ୍କୁ ଉଦ୍ଧାର କରିବା ଦିଗରେ ଏଠାକାର ‘ହାମରେଡିଓ’ର ଭୂମିକା ବେଶ୍‌ ଗୁରୁତ୍ଵପୂର୍ଣ୍ଣ । କୃଷ୍ଣଚନ୍ଦ୍ରଙ୍କୁ ପାଇବା ପରେ ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିଲା । ତାଙ୍କ ପୁଅଙ୍କ ସହ ସେ ଏବେ ନିଜ ଘର ବାଲିକୁଦାକୁ ଫେରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.