Below header

ଆଖି ବୁଜିଲା ଦେଶର ସବୁଠି ବୟସ୍କ ବାଘ ରାଜା, କିଛିଦିନ ଧରି ଖାଇବା ଖାଉ ନଥିଲା

କେନ୍ୟୁଜ୍(ବ୍ୟୁରୋ):  ଆଖି ବୁଜିଲା ଦେଶର ସବୁଠି ବୟସ୍କ ବାଘ ରାଜା। ପଶ୍ଚିମବଙ୍ଗ ଆଲିପୁରଦୁଆରସ୍ଥିତ ଏସକେବି ରେସ୍କ୍ୟୁ ସେଣ୍ଟରରେ ରାଜାର ମୃତ୍ୟୁ ହୋଇଛି। ତାକୁ ୨୫ ବର୍ଷ ୧୦ ମାସ ହୋଥିଲା। ଭାରତରେ ଅଧିକ ଦିନ ଧରି ବଞ୍ଚିଥିବା ବାଘ ମାନଙ୍କ ମଧ୍ୟରେ ରାଜା ସମସ୍ତଙ୍କଠାରୁ ଅଧିକ ଦିନ ବଞ୍ଚିଥିଲା।

୨୦୦୮ରେ ରାଜା ଏକ କୁମ୍ଭୀର ଦ୍ୱାରା ଆହତ ହେବା ପରେ ତାକୁ ଉଦ୍ଧାର କରାଯାଇ ପଶ୍ଚିମବଙ୍ଗର ଦକ୍ଷିଣ ଖୈରୀବାଗ ବ୍ୟାଘ୍ର ସୁରକ୍ଷା କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ତାର ଯତ୍ନ ନିଆଯାଇ ସଂପୂ୍‌ର୍ଣ୍ଣ ସୁସ୍ଥ କରାଯାଇଥିଲା। ବୟସ ବୃଦ୍ଧି ଯୋଗୁଁ ରାଜା ଗତ କିଛିଦିନ ଧରି ଖାଇବା ଖାଉ ନଥିଲା। ରାଜାର ମୃତ୍ୟୁ ପରେ ବନବିଭାଗର ଅଧିକାରୀମାନେ ଏହି ରୟାଲ ବେଙ୍ଗଲ ୟାଇଗରକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.