ବିମାନ ଉଡାଣରେ ବିଳମ୍ବକୁ ନେଇ ରାଗି ଗଲେ ଯାତ୍ରୀ, ପାଇଲଟଙ୍କୁ ମାରିଲେ ମୁଥ

ଇଣ୍ଡିଗୋ ବିମାନ ଉଡାଣର ବିଳମ୍ବ ପରେ ରାଗିଗଲେ ଯାତ୍ରୀ । ବିମାନ ଭିତରେ ପାଇଲଟଙ୍କୁ ମୁଥ ମାରିଲେ । ସେହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତକାଲି ଉଡାଣ ଅପେକ୍ଷାରେ ଥିବା ଇଣ୍ଡିଗୋ ବିମାନରେ ଏହି ଘଟଣା ଘଟିଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଦିଲ୍ଲୀ ବିମାନ ବନ୍ଦର ପରିସରରେ ।

ନୂଆଦିଲ୍ଲୀ : ଇଣ୍ଡିଗୋ ବିମାନ ଉଡାଣର ବିଳମ୍ବ ପରେ ରାଗିଗଲେ ଯାତ୍ରୀ । ବିମାନ ଭିତରେ ପାଇଲଟଙ୍କୁ ମୁଥ ମାରିଲେ । ସେହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତକାଲି ଉଡାଣ ଅପେକ୍ଷାରେ ଥିବା ଇଣ୍ଡିଗୋ ବିମାନରେ ଏହି ଘଟଣା ଘଟିଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଦିଲ୍ଲୀ ବିମାନ ବନ୍ଦର ପରିସରରେ ।

ଘନ କୁହୁଡି ଯୋଗୁଁ ଦେଶର ଅଧିକାଂଶ ବିମାନ ଚଳାଚଳରେ ବିଳମ୍ବ ହୋଇଛି । ଦିଲ୍ଲୀରୁ ଗୋଆ ଯିବାକୁ ଥିବା ଇଣ୍ଡିଗୋ ବିମାନର ପାଇଲଟ ପାସେଞ୍ଜ ଚାମ୍ବର୍ସକୁ ଆସି ବିଳମ୍ବିତ ଉଡାଣସୂଚୀ ସଂପର୍କରେ ଘୋଷଣା କରୁଥିଲେ । ଏହି ସମୟରେ ବିମାନ ଉଡାଣରେ ବିଳମ୍ବ ଖବର ଶୁଣି ଜଣେ ଯାତ୍ରୀ ରାଗିଯାଇ ନିଜ ସିଟରୁ ଉଠିଆସି, ପାଇଲଟଙ୍କୁ ଚାପୁଡା ମାଡ ମାରିଥିଲେ ।

 

ସୂଚନା ଅନୁସାରେ ବିମାନଟି ଦିଲ୍ଲୀରୁ ଗୋଆ ଯିବାର ଥିଲା । ଜଣେ ଯାତ୍ରୀ ଗୋଆ ଯିବାକୁ ବିମାନ ଟିକେଟ କରିଥିଲେ । ଅଧଘଣ୍ଟାରୁ ଅଧିକ ସମୟ ଧରି ବିମାନରେ ବସି ବସି ବିରକ୍ତ ହୋଇଥିବା ଜଣେ ଯାତ୍ରୀ ପୁଣି ଡେରିରେ ଉଡାଣ ଖବର ଶୁଣି ରାଗରେ ନିୟନ୍ତ୍ରଣ ହରାଇଥିଲେ । ଏ ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରଲ ପରେ ଅଭିଯୁକ୍ତ ଯାତ୍ରୀଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଛି ।

ଭିଡିଓ ଭାଇରାଲ ହେବା ପରେ ଏକ୍ସରେ ସୋସିଅଲ ମିଡିଆ ୟୁଜର୍ସ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ବିଳମ୍ବରେ ପାଇଲଟ କିମ୍ବା କ୍ୟାବିନ କ୍ରୁଙ୍କର କ’ଣ ସମ୍ପର୍କ ଅଛି। ସେମାନେ କେବଳ ସେମାନଙ୍କର କାର୍ଯ୍ୟ କରୁଥିଲେ। ଏହି ବ୍ୟକ୍ତିଙ୍କୁ ଗିରଫ କର ଏବଂ ତାଙ୍କୁ ନୋ-ଫ୍ଲାଏ ତାଲିକାରେ ରଖ। ଯେତେବେଳେ ଅନ୍ୟମାନେ ଲେଖିଥିଲେ, ‘ଏହା ପାଗଳାମି, ଏହିପରି ଲୋକଙ୍କୁ ଉଡ଼ାଣ କିମ୍ବା କଳା ତାଲିକାଭୁକ୍ତ କରିବାକୁ ବାରଣ କରାଯିବା ଉଚିତ।’ କର୍ମଚାରୀମାନେ ଆଦୌ ସୁରକ୍ଷିତ ନୁହଁନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.