ପ୍ରସିଦ୍ଧ କବି ମୁନଓ୍ଵର ରାଣାଙ୍କ ପରଲୋକ, ଲକ୍ଷ୍ନୌରେ ନେଲେ ଶେଷ ନିଶ୍ୱାସ

ପ୍ରସିଦ୍ଧ କବି ମୁନୱର ରାଣାଙ୍କ ପରଲୋକ । କାର୍ଡିଆକ୍‌ ଆରେଷ୍ଟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଦୀର୍ଘଦିନରୁ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଲକ୍ଷ୍ନୌର ପିଜିଆଇରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।

ମା’କୁ ନେଇ ଅନେକ କବିତା ଲେଖିଥିବା ପ୍ରସିଦ୍ଧ କବି ମୁନୱର ରାଣାଙ୍କ ପରଲୋକ । କାର୍ଡିଆକ୍‌ ଆରେଷ୍ଟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଦୀର୍ଘଦିନରୁ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଲକ୍ଷ୍ନୌର ପିଜିଆଇରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ମୁନଓ୍ଵରଙ୍କୁ କିଡନୀ ଏବଂ ହାର୍ଟ ଜନିତ ଅନେକ ସମସ୍ୟା ରହିଥିଲା । ତେବେ ତାଙ୍କ ମୃତ୍ୟୁ ବିଶିଷ୍ଟ ବ୍ୟକ୍ତିବିଶେଷ ଦୁଃଖ ପ୍ରକାଶ କରିଛନ୍ତି ।

ମୁନଓ୍ଵରଙ୍କ ଝିଅ କହିବା ମୁତାବକ, ଗତ ରାତିରେ ହସପିଟାଲରେ ବାପାଙ୍କ ପରଲୋକ ହୋଇଛି । ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ । ମୁନଓ୍ଵରଙ୍କ ପରିବାରରେ ତାଙ୍କ ପତ୍ନୀ, ୪ ଝିଅ ଓ ଗୋଟିଏ ପୁଅ ରହିଛନ୍ତି ।
ତେବେ ମୁନଓ୍ଵର ଅସୁସ୍ଥତା ହେତୁ ପ୍ରାୟ ୧୫ ଦିନ ହେବ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପ୍ରଥମେ ତାଙ୍କୁ ମେଦାନ୍ତ ହସ୍ପିଟାଲ ଓ ପରେ ଏସଜିପିଜିଆଇରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା । ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ମଧ୍ୟ ତାଙ୍କ ଜୀବନ ବଞ୍ଚିପାରିନଥିଲା । ମୁନୱରଙ୍କ ମୃତ୍ୟୁରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ମୁନୱର ଜଣେ ଊର୍ଦ୍ଦୁ କବି ଭାବେ ବେଶ୍ ଜଣାଶୁଣା ଥିଲେ । ସେ ୨୦୧୪ରେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସେ ୧୯୫୨ ମସିହା ନଭେମ୍ବର ମାସ ୨୬ ତାରିଖରେ ଉତ୍ତରପ୍ରଦେଶର ରାଏବରେଲିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ଅନୱର ରାଣା ଓ ମାତାଙ୍କ ନାମ ଆୟେଶା ଖାତୁନ ।

ତେବେ ବିବାଦ ସହିତ ତାଙ୍କ ସଂପର୍କ ବେଶ୍‌ ପୁରୁଣା । ୨୦୨୨ରେ ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ମୁନଓ୍ଵର କହିଥିଲେ, ଯୋଗୀ ଆଦିତ୍ୟନାଥ ଯଦି ପୁଣି ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ୟୁପି ଛାଡିଦେବି । ଦିଲ୍ଲୀ-କୋଲକତା ଚାଲିଯିବ । ଏହାଛଡା କୃଷକ ଆନ୍ଦୋଳନକୁ ନେଇ ଏକ କବିତା ଲେଖିଥିଲେ, ଯାହାକୁ ନେଇ ବିବାଦ ମଧ୍ୟ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.