ଯାତ୍ରୀଙ୍କ ପାଇଁ ଲଢ଼େଇ ଲାଗିଲେ କ୍ୟାବ୍‌ ଡ୍ରାଇଭର, ଜାଣନ୍ତୁ କେଉଁଠାରେ ଘଟିଛି ଏଭଳି ଘଟଣା

ନିକଟରେ ଦୁଇ ଜଣ କ୍ୟାବ୍‌ ଡ୍ରାଇଭର ନିଜ ଯାତ୍ରୀଙ୍କୁ ନେଇ ଲଢ଼େଇ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କ୍ୟାବ୍‌ ଡ୍ରାଇଭର୍‌ ପରସ୍ପରଙ୍କୁ ଏପରି ଭାବେ ବାଡ଼େଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଦିଲ୍ଲୀ-ନୋଏଡ଼ା ଏବଂ ମୁମ୍ବାଇ ପରି ବଡ଼ ସହରରେ ଯେକୌଣସି ସ୍ଥାନକୁ ଯିବା ପାଇଁ ବସ୍, ମେଟ୍ରୋ ଏବଂ କ୍ୟାବ ଭଳି ସୁବିଧା ଉପଲବ୍ଧ । ବସ୍ ଏବଂ ମେଟ୍ରୋରେ ଟିକେ ଭିଡ଼ ଥାଏ, ତେଣୁ ଲୋକମାନେ ଭିଡ଼ରୁ ବଞ୍ଚିବା ପାଇଁ କ୍ୟାବ୍‌ ବୁକ୍‌ କରନ୍ତି । ଆପଣମାନେ ମଧ୍ୟ ଅନେକ ସମୟରେ କ୍ୟାବ୍‌ ବୁକ୍‌ କରି ଯାତ୍ରା କରିଥିବେ । ଲୋକମାନେ ସାଧାରଣତଃ ଆପ୍ ମାଧ୍ୟମରେ କ୍ୟାବ୍ ବୁକ୍ କରନ୍ତି, ଯାହା ସେମାନଙ୍କୁ ସିଧାସଳଖ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଥାଏ, କିନ୍ତୁ ଆପଣ କେବେ କ୍ୟାବ୍‌ ଡ୍ରାଇଭରମାନେ ଯାତ୍ରୀମାନଙ୍କ ପାଇଁ ଲଢ଼େଇ କରୁଥିବାର ଦେଖିଛନ୍ତି କି ? ଯଦି ଏମିତି କିଛି ଦୃଶ୍ୟ ଦେଖି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଘଟଣା ବିଷୟରେ ଜଣାଇବୁ ।

ନିକଟରେ ଦୁଇ ଜଣ କ୍ୟାବ୍‌ ଡ୍ରାଇଭର ନିଜ ଯାତ୍ରୀଙ୍କୁ ନେଇ ଲଢ଼େଇ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କ୍ୟାବ୍‌ ଡ୍ରାଇଭର୍‌ ପରସ୍ପରଙ୍କୁ ଏପରି ଭାବେ ବାଡ଼େଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କିଛି ଲୋକ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନ କାହା କଥା ନଶୁଣି ପରସ୍ପରକୁ ବାଡ଼େଇବାରେ ଲାଗିଥିଲେ । ଲଢ଼େଇ କରୁଥିବା ବେଳେ ହିତାହିତ ଜ୍ଞାନ ଭୁଲି ଯାଇଥିଲେ ଦୁଇ ଜଣ । ଶେଷରେ ପୋଲିସ ସେଠାରେ ପହଞ୍ଚିବା ପରେ ମାମଲା ଶାନ୍ତ ହୋଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଲଢ଼େଇ କରୁଥିବା ଦୁଇ ଜଣ ବ୍ୟକ୍ତି କ୍ୟାବ୍‌ ଡ୍ରାଇଭର ଥିଲେ ଏବଂ ଯାତ୍ରୀଙ୍କୁ ନେବା ପାଇଁ ସେମାନେ ପରସ୍ପର ସହ ଝଗଡା କରିଥିଲେ । ଏଭଳି ଘଟଣା ଦିଲ୍ଲୀ ନିକଟ ନୋଏଡ଼ାରେ ଘଟିଥିବା କୁହାଯାଉଛି । କ୍ୟାବ୍‌ ଡ୍ରାଇଭରଙ୍କ ଏହି ଲଢ଼େଇର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକମାନେ ଏହି ଭିଡିଓକୁ ଦେଖିବା ସହ ଲାଇକ୍‌ ମଧ୍ୟ କରୁଛନ୍ତି ।

ଏଥି ସହିତ, ଭିଡିଓ ଦେଖିବା ପରେ ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି, ଦିଲ୍ଲୀ ଏବଂ ନୋଏଡ଼ା ଲୋକମାନେ କାହିଁକି ଏମିତି ଲଢ଼େଇ କରନ୍ତି । ଦର୍ଶକବନ୍ଧୁୁ ଦିଲ୍ଲୀ ଓ ମୁମ୍ବାଇରୁ ଏମିତି ଘଟଣା ପ୍ରତ୍ୟେକ ଦିନ ଆସୁଛି । ଲୋକମାନେ ରାଗରେ ନିଜ ହିତାହିତ ଜ୍ଞାନ ହରାଇ ବସନ୍ତି ଏବଂ ଲଢ଼େଇ କରିବାରେ ଲାଗି ପଡ଼ନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.