ଓ୍ଵସିଂଟନ୍‌ରେ ଭାରତ-ଆମେରିକା ପ୍ରତିନିଧି ସ୍ତରୀୟ ଆଲୋଚନା:2+2 ଆଲୋଚନା ଅବସରରେ ଭାରତ-ଆମେରିକା ଚୁକ୍ତି ସ୍ୱାକ୍ଷର ହେବ

କେନ୍ୟୁଜ୍(ବ୍ୟୁରୋ):  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍‌ଙ୍କ ମଧ୍ୟରେ ଆଲୋଚନା । ଟୁ ପ୍ଲସ୍‌ ଟୁ ଆଲୋଚନା ପୂର୍ବରୁ ଓ୍ଵସିଂଟନ୍‌ ଡିସିରେ ପ୍ରତିନିଧି ସ୍ତରୀୟ ଆଲୋଚନା କରିଛନ୍ତି ଦୁଇ ନେତା । ପରସ୍ପରର ସାଟେଲାଇଟ୍‌ ସୁରକ୍ଷା ନେଇ ଟୁ ପ୍ଲଟ୍‌ ଟୁ ଆଲୋଚନା ଅବସରରେ ଭାରତ-ଆମେରିକା ଚୁକ୍ତି ସ୍ୱାକ୍ଷର ହେବ । ଆଜି ପେଣ୍ଟାଗନ୍‌ରେ ରାଜନାଥଙ୍କୁ ସ୍ୱାଗତ କରିଥିଲେ ଆମେରିକା ପ୍ରତିପକ୍ଷ ଲୟଡ ଅଷ୍ଟିନ୍‌ । ରାଜନାଥ ସିଂଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା।

ରାଜନାଥଙ୍କ ସହ ଆମେରିକା ଯାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର । ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ୍‌ଙ୍କୁ ଭେଟିବେ ଜୟଶଙ୍କର। ଟୁ ପ୍ଲସ୍‌ ଟୁ ଆଲୋଚନାରେ ବୈଦେଶିକ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଆମେରିକା ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.