ପ୍ରଶାସନର ଚେତା ପଶିଲା, ୩୬ ଜଣଙ୍କ ଜୀବନ ଯିବା ପରେ ଭଙ୍ଗାଗଲା ବେଆଇନ ଭାବେ ନିର୍ମାଣ ହୋଇଥିବା ମନ୍ଦିର

ମଧ୍ୟପ୍ରଦେଶର ଇନ୍ଦୋରରେ ରାମନବମୀ ଦିନ ଅଘଟଣରେ ୩୬ ଜଣଙ୍କର ଜୀବନ ଚାଲିଯାଇଥିଲା । ଏହା ପରେ ପ୍ରଶାସନ ବେଆଇନ ଭାବେ ନିର୍ମାଣ ହୋଇଥିବା ମନ୍ଦିରକୁ ଭାଙ୍ଗିଛି ।

ମଧ୍ୟପ୍ରଦେଶର ଇନ୍ଦୋରର ବେଲେଶ୍ୱର ମହାଦେବ ମନ୍ଦିରରେ ରାମନବମୀରେ ହୋଇଥିବା ଅଘଟଣରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଅତିକମରେ ୧୦୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିଲେ । ତେବେ ଏଭଳି ଅଘଟଣ ଘଟିବା ପରେ ପ୍ରଶାସନର ଚେତା ପଶିଲା । ବେଆଇନ ନିର୍ମାଣକୁ ଆଜି ସକାଳେ ଇନ୍ଦୋର ନଗର ନିଗମ ବୁଲଡୋଜର ଚଲାଇ ଭାଙ୍ଗିଛି ।

ଇନ୍ଦୋର ନଗର ନିଗମର ଅତିରିକ୍ତ ସଚିବ କହିଛନ୍ତି, ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ନଗର ନିଗମ ପକ୍ଷରୁ ମନ୍ଦିରର ଅବୈଧ ନିର୍ମାଣକୁ ଭାଙ୍ଗାଯାଇଛି । ଯେଉଁ ଭାଗ ଭଙ୍ଗାଯାଇଛି, ତାହା ବିନା ଅନୁମତିରେ ନିର୍ମାଣ କରାଯାଇଥିଲା । ଭବିଷ୍ୟତରେ ଏହାକୁ ନେଇ ବିପଦ ରହିଥିବାରୁ ନଗର ନିଗମ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ତେବେ ମନ୍ଦିର ଭିତରେ ଅବୈଧ ଭାବେ କୂଅ ନିର୍ମାଣ ବିଷୟରେ କୌଣସି ସୂଚନା ନାହିଁ । ଏହାକୁ ନେଇ ଯାଞ୍ଚ ଚାଲିଛି ।

ସୂଚନାଯୋଗ୍ୟ, ରାମନବମୀ ଦିନ ମନ୍ଦିର ନିକଟରେ ଥିବା ଏକ କୂଅର ସ୍ଲାପ ଭୁଶୁଡ଼ି ପଡିବାରୁ କୂଅ ମଧ୍ୟକୁ ଅନେକ ଶ୍ରଦ୍ଧାଳୁ ଖସି ପଡିଥିଲେ । ଏହି ଦୁର୍ଘଟଣାରେ ମୋଟ ୩୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ ଜଣ ଆହତ ହୋଇଥିଲେ। ଏହି ଅଘଟଣ ପରେ ନଗର ନିଗମ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ କ୍ଷତିପୂରଣ ଘୋଷଣା କରିଥିଲେ । ଆଉ ନେଇ ଲୋକେ ଏହାକୁ ନେଇ ଦାୟୀ ରହିଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.