ସ୍କୁଟିରେ ଯାଉଥିବାବେଳେ ଗୋଡାଇଲେ ବୁଲା କୁକୁର, ରାସ୍ତାକଡରେ ଠିଆ ହୋଇଥିବା କାର୍ ସହ ଗାଡି ପଟିଦେଲେ ମହିଳା

ବ୍ରହ୍ମପୁର ସହରର ଗାନ୍ଧୀନଗର ସପ୍ତମ ସାହିର ଘଟଣା । ଏକ ସ୍କୁଟିରେ ୨ଜଣ ମହିଳା ଓ ଜଣେ ଶିଶୁ ଯାଉଥିବା ବେଳେ ରାସ୍ତା ଉପରେ କିଭଳି କୁକୁର ମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି  ତାହା ଦେଖିବାକୁ ମିଳିଛି ଏକ ଭିଡିଓରେ।

ବ୍ରହ୍ମପୁର(କେନ୍ୟୁଜ୍): ଘର ଦୁଆରେ ଲେଖା ହୋଇଥାଏ କୁକର ପ୍ରତି ସାବଧାନ । କିନ୍ତୁ ରାସ୍ତାର ବୁଲା କୁକୁର ଘର କୁକୁରଠୁ ଆହୁରି ବିପଜ୍ଜନକ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି।

ବ୍ରହ୍ମପୁର ସହରର ଗାନ୍ଧୀନଗର ସପ୍ତମ ସାହିର ଘଟଣା । ଏକ ସ୍କୁଟିରେ ୨ଜଣ ମହିଳା ଓ ଜଣେ ଶିଶୁ ଯାଉଥିବା ବେଳେ ରାସ୍ତା ଉପରେ କିଭଳି କୁକୁର ମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି  ତାହା ଦେଖିବାକୁ ମିଳିଛି। କୁକୁରକୁ ଡରି ମହିଳା ଜଣକ ଅଧିକ ବେଗରେ ଗାଡି ଚଳାଇବା ଯୋଗୁ ଦୁର୍ଘଟଣାର ଶିକାର ହୋଇଛନ୍ତି । ଭିଡିଓରୁ ଯାହା ଜଣାପଡୁଛି, ସ୍କୁଲରୁ ଶିଶୁକୁ ନେଇ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।

କୁକୁରଙ୍କ ଠାରୁ ବର୍ତ୍ତିବାକୁ ଯାଇ ସେ ରାସ୍ତାକଡରେ ଠିଆ ହୋଇଥିବା ଏକ କାର ସହ ସ୍କୁଟିକୁ ବାଡେଇ ଦେଇଛନ୍ତି ମହିଳା । ଯଦିଓ ଅଳ୍ପକେ ସେମାନେ ବର୍ତ୍ତି ଯାଇଛନ୍ତି । ତେବେ ଏହା ଏକ ସମ୍ବେଦନଶୀଳ ଘଟଣା, ଯାହା ପ୍ରତି ସମସ୍ତେ ଧ୍ୟାନ ଦେବା ଜରୁରୀ । ବୁଲା କୁକୁରଙ୍କ ପ୍ରତି ସତର୍କ ରହିବା ସହ ଗାଡି ଚଳାଇବା ବେଳେ ହେଲମେଟ ପିନ୍ଧିବା ମଧ୍ୟ ନିହାତି ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.