ଆଇପିଏସ ଅଧିକାରୀଙ୍କୁ ଧକ୍କା ଦେଲା ମୁଖ୍ୟମନ୍ତ୍ରୀଙ୍କ କାର୍‌, କରିବାକୁ ପଡିଲା ସର୍ଜରୀ

ଆଇପିଏସ୍ ଅଧିକାରୀଙ୍କୁ ଧକ୍କା ଦେଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ । ଆଇପିଏସ୍‌ ଅଧିକାରୀ ଜଣକ ଡ୍ୟୁଟିରେ ଥିବା ସମୟରେ ଏଭଳି ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ଆଇପିଏସ୍ ଅଧିକାରୀଙ୍କର ସର୍ଜରୀ ହୋଇଥିବା ଜଣାଯାଇଛି । ତେଲଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାରେ ଅଘଟଣ ।

ତେଲଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାରେ ଅଘଟଣ । ଆଇପିଏସ୍ ଅଧିକାରୀଙ୍କୁ ଧକ୍କା ଦେଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ । ଆଇପିଏସ୍‌ ଅଧିକାରୀ ଜଣକ ଡ୍ୟୁଟିରେ ଥିବା ସମୟରେ ଏଭଳି ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ଆଇପିଏସ୍ ଅଧିକାରୀଙ୍କର ସର୍ଜରୀ ହୋଇଥିବା ଜଣାଯାଇଛି ।

ଆଇପିଏସ୍ ଅଧିକାରୀ ଜଣକ ହେଲେ ପରିତୋଷ ପଙ୍କଜ । ସେ ଭଦ୍ରାଞ୍ଚଳମର ଏଏସପି ଭାବେ କାର୍ଯ୍ୟରତ ଅଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡି ସେଠାକୁ ଗସ୍ତରେ ଯାଇଥିଲେ । ଏହି ସମୟରେ ମନ୍ତ୍ରୀଙ୍କ କାରକେଡ ଆଇପିଏସ ଅଧିକାରୀଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରରେ ଥିଲା, ଆଇପିଏସ ଅଧିକାରୀ ଜଣକ ତଳେ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ସର୍ଜରୀ ହୋଇଥିବା ବେଳେ ଅବସ୍ଥା ଏବେ ସ୍ଥିର ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.