ଆସିଲା VIDEO: ‘ତେଜସ୍‌’ କ୍ରାସ୍‌ ହେବା ପୂର୍ବରୁ ସୁରକ୍ଷିତ ଡେଇଁ ପଡ଼ିଥିଲେ IAF ପାଇଲଟ୍‌

କ୍ରାସ୍‌ ହେବା ପୂର୍ବରୁ ହିଁ ପାଇଲଟ୍‌ ଠିକ୍‌ ସମୟରେ ଇଜେକ୍ଟ ହୋଇ ନିଜ ଜୀବନ ରକ୍ଷା କରିଥିଲେ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ।

ରାଜସ୍ଥାନର ପୋଖରନରେ ମଙ୍ଗଳବାର ଭାରତୀୟ ବାୟୁସେନାର ଏକ ତେଜସ୍‌ ଲଢ଼ୁଆ ଜେଟ୍‌ ଟ୍ରେନିଂ ସମୟରେ କ୍ରାସ୍‌ ହୋଇଥିଲା । ଏହି ଦୁର୍ଘଟଣା ମଙ୍ଗଳବାର ଦ୍ୱିପ୍ରହର ପ୍ରାୟ ୨ଟାରେ ଘଟିଥିଲା । ଜେଟ୍‌ କ୍ରାସ୍‌ ହୋଇ ଜୈସଲମେର୍‌ ସହରଠୁ ୨ କିମି ଦୂର ଜବାହର ନଗରସ୍ଥିତ ଏକ ହଷ୍ଟେଲ୍‌ ନିକଟରେ ଖସି ପଡ଼ିଥିଲା ।

ତେବେ କ୍ରାସ୍‌ ହେବା ପୂର୍ବରୁ ହିଁ ପାଇଲଟ୍‌ ଠିକ୍‌ ସମୟରେ ଇଜେକ୍ଟ ହୋଇ ନିଜ ଜୀବନ ରକ୍ଷା କରିଥିଲେ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଏଥିରେ ଦେଖାଯାଉଛି, ପାଇଲଟ୍‌ ଜଣକ ଜେଟ୍‌ରୁ ଇଜେକ୍ଟ ହୋଇ ବାହାରୁଛନ୍ତି ଏବଂ ଜେଟ୍‌ କମ୍‌ ଉଚ୍ଚତାରୁ ତଳକୁ ଖସୁଛି ।

କ୍ୟାମେରା ଫ୍ରେମ୍‌ରେ ତେଜସ୍‌ ଲଢ଼ୁଆ ଜେଟ୍‌ ଡାହାଣରୁ ବାମ ଗ୍ଲାଇଡ୍‌ କରୁଥିବା ଦେଖାଯାଉଛି । ଏହାରି ଭିତରେ ପାଇଲଟ୍‌ ପାରାଚୁଟ୍‌ ଖୋଲୁଛନ୍ତି ଏବଂ ତଳକୁ ଓହ୍ଲାଉଛନ୍ତି । ବାୟୁସେନା ଅଧିକାରୀମାନେ କହିଛନ୍ତି ଯେ ଇଣ୍ଡିଆନ ଏୟାରଫୋର୍ସର ଫାଇଟର ବିମାନରେ ଜଣେ ହିଁ ପାଇଲଟ୍‌ ଥିଲେ । ଜେଟ୍‌ କ୍ରାସ୍‌ ହେବା ପୂର୍ବରୁ ସେ ଇଜେକ୍ଟ ହୋଇଯାଇଥିଲେ । ତାଙ୍କୁ ସେନା ହସ୍ପିଟାଲ ପଠାଯାଇଛି ।

ସେପଟେ ଯେଉଁ ହଷ୍ଟେଲ ନିକଟରେ ଜେଟ୍‌ଟି କ୍ରାସ୍‌ ହୋଇଥିଲା, ସେହି ସମୟରେ ହଷ୍ଟେଲ ଖାଲି ଥିବା କୁହାଯାଉଛି । ଦୁର୍ଘଟଣା ପରେ ସେନା ଏହି ମାମଲାରେ କୋର୍ଟ ଅଫ୍‌ ଇନ୍‌କ୍ୱିରୀର ଅର୍ଡର ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.