ଫେସବୁକ ଏବଂ ଟିକଟକକୁ ପଛରେ ପକାଇ ଇନଷ୍ଟାଗ୍ରାମ ହେଲା ବିଶ୍ୱର ସବୁଠାରୁ ଲୋକପ୍ରିୟ ଆପ୍

ଦୁନିଆର ସବୁଠାରୁ ଲୋକପ୍ରିୟ ଆପର କଥା ଆସିଲେ ଲୋକମାନଙ୍କ ମନକୁ ଫେସବୁକ୍ କିମ୍ବା ହ୍ଵାଟ୍ସଆପ୍ ପ୍ରଥମେ ଆସେ, କିନ୍ତୁ ଏବେ ଇନଷ୍ଟାଗ୍ରାମ ଏହି ଦୁଇଟି ଆପକୁ ପଛରେ ପକାଇ ବିଶ୍ୱର ପ୍ରଥମ ସ୍ଥାନକୁ ଆସିଛି । ବାସ୍ତବରେ କିଛି ଦେଶରେ ଟିକଟକ ଉପରେ ପ୍ରତିବନ୍ଧକ ଲାଗିବା ପରେ ଇନଷ୍ଟାଗ୍ରାମ ବେଶ ଉପକୃତ ହୋଇଛି ।

ଦୁନିଆର ସବୁଠାରୁ ଲୋକପ୍ରିୟ ଆପର କଥା ଆସିଲେ ଲୋକମାନଙ୍କ ମନକୁ ଫେସବୁକ୍ କିମ୍ବା ହ୍ଵାଟ୍ସଆପ୍ ପ୍ରଥମେ ଆସେ, କିନ୍ତୁ ଏବେ ଇନଷ୍ଟାଗ୍ରାମ ଏହି ଦୁଇଟି ଆପକୁ ପଛରେ ପକାଇ ବିଶ୍ୱର ପ୍ରଥମ ସ୍ଥାନକୁ ଆସିଛି । ବାସ୍ତବରେ କିଛି ଦେଶରେ ଟିକଟକ ଉପରେ ପ୍ରତିବନ୍ଧକ ଲାଗିବା ପରେ ଇନଷ୍ଟାଗ୍ରାମ ବେଶ ଉପକୃତ ହୋଇଛି । ସେନ୍ସର ଟାୱାର ରିପୋର୍ଟ ଅନୁଯାୟୀ ଇନଷ୍ଟାଗ୍ରାମ ଡାଉନଲୋଡ୍ ସାରା ବିଶ୍ୱରେ ୨୦% ବୃଦ୍ଧି ପାଇଛି । ୨୦୨୩ ମସିହାରେ ଇନଷ୍ଟାଗ୍ରାମ ଆପର ଡାଉନଲୋଡ୍ ସଂଖ୍ୟା ୭୩.୩ କୋଟି ଥିଲା ।

୨୦୨୦ରେ ରିଲ୍ସ ଆରମ୍ଭ ହେବା ପରେ ଇନଷ୍ଟାଗ୍ରାମର ଲୋକପ୍ରିୟତା ବୃଦ୍ଧି ପାଇଛି । ଲୋକଙ୍କ ଭିଡିଓ କ୍ରେଜ୍ ଦେଖି ଇନଷ୍ଟାଗ୍ରାମ ରିଲ୍ସ ଲଞ୍ଚ କରିଥିଲା ​​। ଇନଷ୍ଟାଗ୍ରାମ ରିଲ୍ସ ଫିଚର ବ୍ୟବହାର କରି ୟୁଜର୍ସମାନେ ଏହି ପ୍ଲାଟଫର୍ମରେ ଛୋଟ ଭିଡିଓ ସେୟାର କରିପାରିବେ । ତେବେ ଟିକଟକ୍ ମଧ୍ୟ ୭୩.୩ କୋଟି ଥର ଡାଉନଲୋଡ୍ ହୋଇଛି । ଏହି ଚାଇନିଜ୍ ଆପ୍ ଭାରତରେ ନିଷେଧ ହୋଇଥିବାବେଳେ ଆମେରିକା ମଧ୍ୟ ଏହାକୁ ବାରଣ କରିବାକୁ ପ୍ରସ୍ତୁତ ହେଉଛି ଏବଂ ଟିକଟକ୍ ବହୁ ପୂର୍ବରୁ ଭାରତରେ ବନ୍ଦ ହୋଇଯାଇଛି ।

ଯୁବ ପିଢ଼ି ଇନଷ୍ଟାଗ୍ରାମର ରିଲ୍ସ ଦେଖିବାକୁ ବହୁତ ଭଲ ପାଆନ୍ତି । ଯୁବପିଢ଼ି ବିଭିନ୍ନ ପ୍ରସଙ୍ଗରେ ଭିଡିଓ ପ୍ରସ୍ତୁତ କରନ୍ତି ଏବଂ ଇନଷ୍ଟାଗ୍ରାମରେ ସେୟାର କରନ୍ତି । ଇନଷ୍ଟାଗ୍ରାମ ଆପର ଲୋକପ୍ରିୟତାର ଏହା ଏକ ଉଲ୍ଲେଖନୀୟ ବୃଦ୍ଧି । ଡାଉନଲୋଡ୍ କରିବାରେ ଇନଷ୍ଟାଗ୍ରାମ ବିଶ୍ୱର ସର୍ବୋତ୍ତମ ଆପ୍ ହୋଇପାରିଛି, କିନ୍ତୁ ଏବେ ବି ଅଧିକ ସମୟ ବିତାଇବା ମାମଲାରେ ଟିକଟକ୍ ସର୍ବୋତ୍ତମ । ଗତ ବର୍ଷର ଡାଟା ଅନୁଯାୟୀ, ୟୁଜର୍ସ ଟିକଟକରେ ହାରାହାରି ୯୫ ମିନିଟ୍ ବିତାଉଥିବାବେଳେ ଇନଷ୍ଟାଗ୍ରାମରେ ୬୨ ମିନିଟ୍ ବିତାଇଥିଲେ ।

ୟୁଜର୍ସମାନେ ସ୍ନାପଚାଟରେ ୧୯ ମିନିଟ୍ ଏବଂ ଟ୍ୱିଟରରେ ୩୦ ମିନିଟ୍ ବିତାଉଛନ୍ତି । ୨୦୨୦ରେ, ଭାରତ ସରକାର ଟିକଟକ ଉପରେ ପ୍ରତିବନ୍ଧକ ଲଗାଇଥିଲେ, ଏହା ପରେ ଭାରତ ୫୯ ଟି ଚାଇନିଜ୍ ଆପ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, ଯାହା ବାଇଟ୍ ଡାନ୍ସ ପାଇଁ ଏକ ବଡ ଝଟକା ଥିଲା । କାରଣ ପ୍ରାୟ ଦେଢ ବିଲିୟନ ଜନସଂଖ୍ୟା ସହିତ ଭାରତ ହେଉଛି ଇଣ୍ଟରନେଟ୍ ଏବଂ ଟେକ୍ନୋଲୋଜି କମ୍ପାନୀଗୁଡିକ ପାଇଁ ସବୁଠାରୁ ବଡ ବଜାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.