ନୋଏଡା: ସର୍ଟ ସର୍କିଟ୍‌ରୁ ଢାବାରେ ଅଗ୍ନିକାଣ୍ଡ, ଚାହୁଁ ଚାହୁଁ ଅନ୍ୟ ଢାବାକୁ ବ୍ୟାପିଗଲା ନିଆଁ

ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ୱେଷ୍ଟରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏଠାରେ ଗୌର ସିଟି ୪ ମୂର୍ତ୍ତି ଗୋଲ୍‌ ଚକ୍କର ନିକଟରେ ଶେରେ ପଞ୍ଜାବ ଢାବାରେ ନିଆଁ ଲାଗିଥିବା ସୂଚନା ରହିଛି ।

ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ୱେଷ୍ଟରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏଠାରେ ଗୌର ସିଟି ୪ ମୂର୍ତ୍ତି ଗୋଲ୍‌ ଚକ୍କର ନିକଟରେ ଶେରେ ପଞ୍ଜାବ ଢାବାରେ ନିଆଁ ଲାଗିଥିବା ସୂଚନା ରହିଛି । ନିଆଁ ଲାଗିବା ମାତ୍ରେ ଏହା ଆଖାପାଖ ଦୋକାନଗୁଡ଼ିକୁ ମଧ୍ୟ ବ୍ୟାପିଯାଇଥିଲା । ଭୟଙ୍କର ନିଆଁ ଯୋଗୁ ଆକାଶରେ କଳା ଧୂଆଁ ଛାଇଯାଇଥିଲା ।

ଢାବାରେ ନିଆଁ ଲାଗିଥିବାର ଦେଖି ସ୍ଥାନୀୟ ଲୋକମାନେ ଘର ବାହାରକୁ ବାହାରି ଆସିଥିଲେ ଏବଂ ଏ ନେଇ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ସୂଚନାଥାଉ କି, ଗ୍ରେଟର ନୋଏଡାର ବିସରଖ ଥାନା ଅଧୀନ ହିଣ୍ଡନ ନଦୀ କୂଳରେ ଅସ୍ଥାୟୀ ମାର୍କେଟ୍‌ ଗଢ଼ିଉଠିଛି । ଏଠାରେ ଅନେକ ଢାବା ମଧ୍ୟ ରହିଛି । ବୁଧବାର ସକାଳେ ହଠାତ୍‌ ଏକ ଢାବାରେ ନିଆଁ ଲାଗିଥିଲା । ପରେ ନିଆଁ ପାଖ ଦୋକାନ ଏବଂ ଢାବାଗୁଡ଼ିକୁ ମଧ୍ୟ ବ୍ୟାପିଯାଇଥିଲା ।

ଖବର ପାଇ ବିସରଖ ପୋଲିସ ଏବଂ ଅଗ୍ନିଶମ ବିଭାଗର ୮ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା । ଏହି ଅଗ୍ନିକାଣ୍ଡରେ ଢାବା ଭିତରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି । ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.