ସାମ୍ନାକୁ ଆସିଲା ‘ପୁଷ୍ପା’ ଫ୍ୟାନ୍ସଙ୍କ ଚକିତ କରିଦେବା ଭଳି ଭିଡିଓ, ‘ଜୟ ଅଲୁ ଅର୍ଜୁନ’ର ସ୍ଲୋଗାନ ଦେଇ ଜଣେ ବ୍ୟକ୍ତିଙ୍କୁ ମାଡ ମାରୁଛନ୍ତି ପ୍ରଶଂସକ

ଫ୍ୟାନ୍ସଙ୍କ ମଧ୍ୟରେ ଅଲୁ ଅର୍ଜୁନଙ୍କ ପାଇଁ କ୍ରେଜ୍‌ ଦେଖିବାକୁ ମିଳିଥାଏ । ତେବେ ଅଭିନେତାଙ୍କର ଅନେକ ପ୍ରଶଂସକ ଅଛନ୍ତି ଯେଉଁମାନେ ତାଙ୍କ ପାଇଁ ମରିବାକୁ ପ୍ରସ୍ତୁତ ରହିଥାନ୍ତି । ବର୍ତ୍ତମାନ ଅଲୁ ଅର୍ଜୁନଙ୍କ ଫ୍ୟାନ୍ସଙ୍କ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି ।

ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କ ଫିଲ୍ମ ଜରିଆରେ ଅନେକ ଲୋକଙ୍କ ମନ ଜିତିଛନ୍ତି । ଏହା ସହ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଅଲୁ ଅର୍ଜୁନଙ୍କ ପାଇଁ କ୍ରେଜ୍‌ ଦେଖିବାକୁ ମିଳିଥାଏ । ତେବେ ଅଭିନେତାଙ୍କର ଅନେକ ପ୍ରଶଂସକ ଅଛନ୍ତି ଯେଉଁମାନେ ତାଙ୍କ ପାଇଁ ମରିବାକୁ ପ୍ରସ୍ତୁତ ରହିଥାନ୍ତି । ବର୍ତ୍ତମାନ ଅଲୁ ଅର୍ଜୁନଙ୍କ ଫ୍ୟାନ୍ସଙ୍କ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଅଭିନେତାଙ୍କ ଫ୍ୟାନ୍ସ ଜୟ ଅଲୁ ଅର୍ଜୁନଙ୍କ ସ୍ଲୋଗାନ ଦେଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ପିଟିଥିବାର ନଜର ଆସିଛନ୍ତି ।

ତେବେ ଭାଇରାଲ ହେଉଥିବା ଏହି ଭିଡିଓରେ, ଗୋଟିଏ ଗ୍ରୁପ୍‌ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବରେ ମାଡ ମାରୁଥିବାର ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ‘ଜୟ ଅଲୁ ଅର୍ଜୁନ’ର ସ୍ଲୋଗାନ ପକାଉଥିବାର ଶୁଣିବାକୁ ମିଳିଛି । ସେହି ଗ୍ରୁପ୍‌ର ଲୋକମାନେ ଜଣେ ବ୍ୟକ୍ତିଙ୍କୁ ପିଟିଥିଲେ ଏବଂ ତାଙ୍କ ପୋଷାକ ଚିରି ଦେଇଥିଲେ । ତେବେ ଏହି ଭିଡିଓଟି ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ Bhairava J3ରେ ସେୟାର କରାଯାଇଛି ।

ଏହା ସହ ଏହି ଭିଡିଓଟି ବେଙ୍ଗଲୁରୁର ବୋଲି କୁହାଯାଉଛି । ତେବେ ସୋସିଆଲ ମିଡିଆ ୟୁଜର୍ସ ଏପରି କାର୍ଯ୍ୟ ପାଇଁ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଜଣେ ୟୁଜର ଭିଡିଓ ସେୟାର କରି ବେଙ୍ଗଲୁରୁ ପୋଲିସକୁ ଟ୍ୟାଗ୍ କରି ଲେଖିଛନ୍ତି, ‘ଆପଣ ଏଭଳି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ, ଏହା କେବଳ ଅନଲାଇନ୍ ଲଢେଇ ପାଇଁ ଗ୍ରହଣ କରାଯାଇପାରିବ ନାହିଁ, ଦୟାକରି ଉପଯୁକ୍ତ ପଦକ୍ଷେପ ନିଅନ୍ତୁ’ ।

ଅଲୁ ଅର୍ଜୁନଙ୍କ ଫ୍ୟାନ୍ସଙ୍କର ଏହି ଭାଇରାଲ ଭିଡିଓଟି କେ.ଆର ପୁରମ ଅଞ୍ଚଳର ବୋଲି କୁହାଯାଉଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ନେଇ ବେଙ୍ଗଲୁରୁ ପୋଲିସ ମଧ୍ୟ ନିଜ ପ୍ରତିକ୍ରିୟା ଦେଇଛି । ତେବେ ପୋଲିସ ଲେଖିଛି, ‘ଆମେ ଜରୁରୀକାଳୀନ କାର୍ଯ୍ୟାନୁଷ୍ଠାନ ପାଇଁ କେ.ଆର ପୁରମ ପୋଲିସକୁ ସୂଚନା ଦେଇଛୁ । ଏହା ସହ @dcpwhitefield ତାଙ୍କୁ ସମସ୍ତ ଡିଟେଲ୍ସ ସହ DM କରିବାକୁ କହିଛନ୍ତି । କିନ୍ତୁ ଏହାକୁ ନେଇ ଅଲୁ ଅର୍ଜୁନ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି, ତେବେ ଫ୍ୟାନ୍ସ ଅଭିନେତାଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.